ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ତାତି, ଆଉ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି | ଆଜି ୧୭ ସହରରେ ଦିନ ତାପମାତ୍ରା ୪୦° ସେଲସିୟସ୍ ଉପରେ ଥିବାବେଳେ ୪୩.୮°ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି |
ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ ସେଲସିୟସ୍, ପାରଳାଖେମୁଣ୍ଡିରେ ୪୨.୯ ଡିଗ୍ରୀ ସେଲସିୟସ୍, ବାରିପଦାରେ ୪୨.୬ ଡିଗ୍ରୀ ସେଲସିୟସ୍, ନୂଆପଡାରେ ୪୨.୪ ଡିଗ୍ରୀ ସେଲସିୟସ୍, କେନ୍ଦ୍ରାପଡାରେ ୪୧.୮ ଡିଗ୍ରୀ ସେଲସିୟସ୍, ଜଗତସିଂହପୁରରେ ୪୧.୬ ଡିଗ୍ରୀ ସେଲସିୟସ୍, ଭଦ୍ରକ ଓ ଯାଜପୁରରେ ୪୧ ଡିଗ୍ରୀ, ବୌଦ୍ଧରେ ୪୦.୮ ଡିଗ୍ରୀ ସେଲସିୟସ୍, ବାଲେଶ୍ୱର, ଅନୁଗୋଳରେ ୪୦.୭ ଡିଗ୍ରୀ ସେଲସିୟସ୍, ଚାନ୍ଦବାଲି, ତାଳଚେରରେ ୪୦.୪ ଡିଗ୍ରୀ ସେଲସିୟସ୍, କଟକରେ ୪୦.୨ ଡିଗ୍ରୀ ସେଲସିୟସ୍, ମାଲକାନଗିରି ଓ ଢେଙ୍କାନାଳରେ ୪୦.୧ ଡିଗ୍ରୀ ସେଲସିୟସ୍, ନୟାଗଡରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି |
Post Views: 77