June 26, 2025 6:33 pm

ବିଜେଡିର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ଵର: ଆଜି ବିଜେଡି ତାହାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୬ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଥିରେ ପାଞ୍ଚ ଜଣ ବିଧାୟକ/ବିଧାୟିକା ମାନଙ୍କର ଟିକେଟ୍ କଟିଛି। ଯଦିଓ ସେଥିମଧ୍ୟରୁ ବାଙ୍ଗିରିପୋଷି ରୁ ବିଧାୟକ ସୁଦାମ ମାରାଣ୍ଡି (ଯାହାଙ୍କୁ ଚଳିତଥର ମୟୁରଭଞ୍ଜ ଲୋକସଭା ପାଇଁ ବିଜେଡି ପାର୍ଥୀ କରିଛି ) ଙ୍କ ପତ୍ନୀ ରଂଜିତା ମାରାଣ୍ଡି ଙ୍କୁ ଟିକେଟ୍ ମିଳିଛି।

ଅପରପକ୍ଷରେ ବାଲିକୁଦା -ଏରସମା, ହିନ୍ଦୋଳ, ରଘୁନାଥପଲ୍ଲୀ ଏବଂ ବରୀ ରେ ବିଧାୟକ/ବିଧାୟିକା ମାନଙ୍କର ଟିକେଟ କଟିଛି। ଏହାକୁ ମିଶାଇ ସର୍ବମୋଟ ୧୪୧ ଟି ଆସନ ପାଇଁ ବିଜେଡି ତାର ପ୍ରାଥୀ ଘୋଷଣା କରିଲା। ଆଉ ୬ଟି ଆସନ ବାକି ରହିଲା।

ବିଧାନସଭା ପାର୍ଥୀ/ପାର୍ଥୀନୀ ମାନେ ହେଲେ:

  • ବାଲିକୁଦା -ଏରସମା: ଶାରଦା ପ୍ରସନ୍ନ ଜେନା
  • ହିନ୍ଦୋଳ : ମହେଶ ସାହୁ
  • ରଘୁନାଥପଲ୍ଲୀ : ଅର୍ଚନା ରେଖା ବେହେରା
  • କାକଟପୁର : ତୁଷାରକାନ୍ତି ବେହେରା
  • ବରୀ: ବିଶ୍ୱରଂଜନ ମଲ୍ଲିକ
  • ବାଙ୍ଗିରିପୋଷି: ରଂଜିତା ମାରାଣ୍ଡି