ଭୁବନେଶ୍ଵର: ଆଜି ବିଜେଡି ତାହାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ସମସ୍ତଙ୍କୁ ଚମକାଇ ଏଥର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ୬ ଥର ର ପୁରୁଖା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥିଙ୍କ ସ୍ଥାନରେ ଓଡ଼ିଆ ସିନେମା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଧାୟକ ପାର୍ଥୀନୀ କରିଛି। ବର୍ଷା ପ୍ରିୟଦର୍ଶିନୀଙ୍କ ଅନ୍ୟ ଏକ ପରିଚୟ ହେଲା ସେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପୂର୍ବତମ ସହଧର୍ମିଣୀ। ଅନୁଭବ ମହାନ୍ତି ଯିଏ ବିଜେଡି ଦଳରୁ ସାଂସଦ ହୋଇଥିଲେ ଏବେ ଦଳତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି।

ବିଧାନସଭା ପାର୍ଥୀମାନେ ହେଲେ:
- ବଡଚଣା: ବର୍ଷା ପ୍ରିୟଦର୍ଶିନୀ
- କେନ୍ଦ୍ରାପଡ଼ା: ଗଣେଶ୍ୱର ବେହେରା
- ଚମ୍ପୁଆ: ସନାତନ ମହାକୁଡ଼
- ସିମୁଳିଆ: ଶୁଭଶିନୀ ସାହୁ
- ଚିଲିକା: ରଘୁନାଥ ସାହୁ
- ଆନନ୍ଦପୁର:ଅଭିମନ୍ୟୁ ସେଠି
- ସରସକଣା: ଦେବାଶିଷ୍ ମାରାଣ୍ଡି
- କରଞ୍ଜିଆ: ବାସନ୍ତୀ ହେମ୍ରମ
- ରେମୁଣା: ବିଦ୍ୟାଶ୍ମିତା ମହାଳିକ
Post Views: 78