ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ସଫଳତାରେ ଯୋଡ଼ିହୋଇଛି ଆଉ ନୂଆ ଫର୍ଦ୍ଦ। ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଏହି ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହେବାର ଗୌରବ ଲାଭ କରିଛି। ଏକ ସୁଦକ୍ଷ ଡ଼ାକ୍ତରୀ ଦଳ ଏହି ବିଶେଷ ପ୍ରତିରୋପଣ ପ୍ରକ୍ରିୟା ସମ୍ପାଦନ କରିଥିଲେ। ଏହି ଅଭିନବ ସେବା ଗୁରୁତର ମୂତ୍ର ରୋଗରେ ପୀଡିତ ରୋଗୀଙ୍କ ପାଇଁ ନୂତନ ଆଶା ଏବଂ ଉନ୍ନତ ମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ। ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର ହାତଗଣତି କିଛି ବଡ଼ ସହରରେ ଉପଲବ୍ଧ ଥିଲା । ବର୍ତ୍ତମାନ ଏହା ଏମ୍ସ ଭୁବନେଶ୍ୱରରେ ଉପଲବ୍ଧ ହୋଇପାରିଛି।
ଭୁବନେଶ୍ୱର: ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହେବାର ଗୌରବ ଲାଭ କରିଛି।
ଏକ ସୁଦକ୍ଷ ଡ଼ାକ୍ତରୀ ଦଳ ଏହି ବିଶେଷ ପ୍ରତିରୋପଣ ପ୍ରକ୍ରିୟା ସମ୍ପାଦନ କରିଥିଲେ। ଏହି ଅଭିନବ ସେବା ଗୁରୁତର ମୂତ୍ର ରୋଗରେ ପୀଡିତ ରୋଗୀଙ୍କ ପାଇଁ ନୂତନ ଆଶା ଏବଂ ଉନ୍ନତ ମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ। ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର ହାତଗଣତି କିଛି ବଡ଼ ସହରରେ ଉପଲବ୍ଧ ଥିଲା । ବର୍ତ୍ତମାନ ଏହା ଏମ୍ସ ଭୁବନେଶ୍ୱରରେ ଉପଲବ୍ଧ ହୋଇପାରିଛି।

ଏମ୍ସ ଭୁବନେଶ୍ୱରରେ ଏହି ପ୍ରତିରୋପଣ କାର୍ଯ୍ୟକ୍ରମ ଦକ୍ଷ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଧୂରିଣ ୟୁରୋଲୋଜିଷ୍ଟ ଏବଂ କୁଶଳୀ ସର୍ଜନଙ୍କ ଏକ ଦଳ ଦ୍ୱାରା ପରିଚାଳିତ ହେବ। ଏମ୍ସ ଭୁବନେଶ୍ୱରରେ ଆଣ୍ଡ୍ରୋଲୋଜି ଚିକିତ୍ସା ଯୋଗାଉଥିବା ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡ. ସମ୍ବିତ ତ୍ରିପାଠୀଙ୍କ ମତରେ ଏହି ପ୍ରତିରୋପଣ ସେବା ଆରମ୍ଭ କରିବା ବ୍ୟାପକ ତଥା ଉନ୍ନତ ଚିକିତ୍ସା ଚିକିତ୍ସା ପ୍ରଦାନ ପାଇଁ ଆମର ପ୍ରତିବଦ୍ଧତାର ଏକ ପ୍ରମୁଖ ପରିଚୟ ଅଟେ। ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକ କହିଛନ୍ତି ଯେ ଆମେ ଆମର ରୋଗୀଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଫଳାଫଳ ପ୍ରଦାନ କରିବା ଏବଂ ସେମାନଙ୍କ ନିତିଦିନିଆ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଉତ୍ସର୍ଗୀକୃତ। ଏହି ସେବା ଆରମ୍ଭ କରିବାରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ପ୍ରେରଣା ନିମନ୍ତେ ଆମେ କୃତଜ୍ଞ।
ଏମ୍ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ଏହି ଅବସରରେ ୟୁରୋଲୋଜି ବିଭାଗର ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଏହି ନୂତନ ସେବା ମଧ୍ୟରେ କରାଯାଇଥିବା ସମସ୍ତ ପ୍ରକ୍ରିୟା ପାଇଁ ସର୍ବୋଚ୍ଚ ନିରାପତ୍ତା ଏବଂ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ରହିଛି। ରୋଗୀମାନଙ୍କୁ ପ୍ରତିରୋପଣ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ସହାୟତା କରିବା ପାଇଁ ଡାକ୍ତରଖାନା ପକ୍ଷରୁ ନିୟମିତ ଯାଞ୍ଚ ଏବଂ ସହାୟତା ପ୍ରଦାନ ନିମନ୍ତେ ସୁବନ୍ଦୋବସ୍ତ କରାଯାଇଛି।
ଏମ୍ସ ଭୁବନେଶ୍ୱରରେ ଆର୍ଟିଫିସିଆଲ୍ ୟୁରିନାରୀ ସ୍ପିନ୍ଟର ପ୍ରତିରୋପଣ ସେବା ବିଷୟରେ ଅଧିକ ସୂଚନା କିମ୍ବା ଏନେଇ ପରାମର୍ଶ କରିବାକୁ ଚାହୁଁଥିବା ରୋଗୀମାନେ ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ସହିତ ଯୋଗାଯୋଗ କରିପାରିବେ।