February 26, 2026 12:00 pm

ଦଳବିରୋଧୀ କାର୍ଯ୍ୟପାଇଁ  ସୁରେଶ ରାଉତରାୟ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ଵର: କିଛିଦିନର କଲ୍ପନାଜଳ୍ପନାର ଅନ୍ତ  ଘଟିଛି।  ଆଜି କଂଗ୍ରେସରୁ ବହିଷ୍କୃତ  ହୋଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏ ନେଇ ଆଜି ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି।

ତେବେ ଏହାକୁ ନେଇ ସୁରେଶ ରାଉତରାୟ ଦୁଃଖ ପ୍ରକାଶ କରି ନାହାଁନ୍ତି। ସେ କହିଛନ୍ତି ଯେ, ଦଳର ଏହି ନିଷ୍ପତିକୁ ସ୍ବାଗତ କରୁଛି। ହେଲେ ଦଳ ପାଇଁ ମୁଁ ଯେମିତି କାମ କରୁଥିଲି ସେମିତି କରିବି।

ତେବେ ସୁର ରାଉତରାୟଙ୍କୁ ଦଳରୁ ବହିସ୍କାର କରିବାର ମୁଖ୍ୟ କାରଣ ହେଲା ତାଙ୍କ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବା। ପୁଅ ବିଜେଡିରୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପାଇଁ ସେ ପ୍ରଚାର କରୁଛନ୍ତି। ଏହା ଦଳ ବିରୋଧୀ କାର୍ଯ୍ୟ କହି ଦଳ ବହିସ୍କାର ଆଦେଶ ପଠାଇଛି।