June 26, 2025 2:50 pm

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୮୯ ତମ ଉତ୍କଳ ଦିବସ ପାଳିତ

ଅନୁଗୁଳ:   ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି )ପକ୍ଷରୁ ଏପ୍ରିଲ ପହିଲା ଦିନ ୮୯ ତମ ଉତ୍କଳ ଦିବସ ଅନୁଗୁଳ ସ୍ଥିତ କମ୍ପାନୀ ପରିସରରେ ଉତ୍ସାହ ଉଦ୍ଦୀପନା ର ସହ ପାଳିତ ହୋଇଯାଇଛି। କମ୍ପାନୀର ଅନୁଗୁଳ ୟୁନିଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲ୍ହଁନ୍, ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ୍ ଏବଂ ଅନ୍ୟ ଅଧିକାରୀମାନେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ ଏବଂ ଅନ୍ୟାନ୍ୟ ବରପୁତ୍ର ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏକ ସୋସିଆଲ ମିଡିୟା ପ୍ଲାଟଫର୍ମ ଜରିଆରେ ନିଜର ଅଭିନନ୍ଦନ ଜଣାଇ ଲେଖିଥିଲେ, “ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ମୋର ଶୁଭେଚ୍ଛା। ଏହି ଉଲ୍ଲେଖନୀୟ ରାଜ୍ୟ ସର୍ବଦା ତାହାର ସମୃଦ୍ଧ ଇତିହାସ, ସଂସ୍କୃତି, ଚମତ୍କାର ଦୃଶ୍ୟ ଏବଂ ସୌନ୍ଦର୍ଜ୍ୟତା ପାଇଁ ସୁପରିଚିତ । ପ୍ରଗତି ଏବଂ ସମୃଦ୍ଧତା ଦିଗରେ ଏହାର ଏକ ଅଂଶ ହୋଇଥିବାରୁ ମୁଁ ଗର୍ବିତ ”।  ଏ ଅବସରରେ ଶ୍ରୀ ମଲ୍ହନ ଓଡ଼ିଶା ବାସୀ ଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଓଡିଶା ସହ ଜେଏସପି ର ତିନି ଦଶନ୍ଧି ଧରି ରହିଥିବା ସୁସମ୍ପର୍କ ର ସ୍ମୃତି ଚାରଣ କରିଥିଲେ। ଦେଶ ଓ ରାଜ୍ୟ ଗଠନରେ ଓଡ଼ିଆ ଙ୍କ ଅବଦାନ ସବୁବେଳେ ଅବିସ୍ମରଣୀୟ ବୋଲି ଶ୍ରୀ ମଲ୍ହନ ପ୍ରକାଶ କରିଥିଲେ।

ଏ ଅବସରରେ ଓଡ଼ିଶାର ଗୌରବମୟ ଐତିହ୍ୟ ଓ ପରମ୍ପରା କୁ ନେଇ ଓଡ଼ିଶୀ ନୃତ୍ୟ,ସମ୍ବଲପୁରୀ ନୃତ୍ୟ, ଘୁମର ନୃତ୍ୟ ସହିତ ଲାଇଭ ବ୍ୟାଣ୍ଡ ର ଅପୂର୍ବ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।ଏଥିସହିତ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ କୁ ନେଇ କ୍ଵିଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଏଥିରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହାଛଡା ଓପୀ ଜିନ୍ଦଲ ସ୍କୁଲ ପରିସରରେ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏଥିରେ ସ୍କୁଲ ର କର୍ମଚାରୀ,ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଯୋଗଦେଇଥିଲେ। ଏହି ସମାରୋହରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି,କମ୍ପାନୀ ମାନବ ସମ୍ବଳ ବିଭାଗ ର ମୁଖ୍ୟ ଶ୍ରୀ ଶୁଭଦୀପ ଖାଁ, ପ୍ରବନ୍ଧକ ଶ୍ରୀ ଶରତ କୁମାର୍ ପଣ୍ଡା ଙ୍କ ସମେତ ଶ୍ରୀମତୀ ସୀମା ମଲ୍ହଁନ,ଜିନ୍ଦଲ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତି ଅନିତା ମିତ୍ତଲ୍ ,ସ୍କୁଲ ର ଅଧ୍ୟକ୍ଷା ଡ଼ା ସୋନାଲି ବସୁ ପ୍ରମୁଖ ଉତ୍କଳ ବର ପୁତ୍ର ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହ ଉତ୍କଳ କୁ ଏକ ସ୍ବତନ୍ତ୍ର ରାଜ୍ୟ ର ମାନ୍ୟତା ଦେବାରେ ସେମାନଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା।

ଏହି ସମାରୋହରେ ବହୁ ଗଣମାନ୍ୟବ୍ୟକ୍ତି, ଛାତ୍ର ଛାତ୍ରୀ,କର୍ମଚାରୀ, ଅଭିଭାବକ ଙ୍କ ସହିତ ବିପୁଳ ସଂଖ୍ୟା ରେ  ପାର୍ଶ୍ଵବର୍ତୀ ଗ୍ରାମବାସୀ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଶାର ବୈଚିତ୍ରମୟ ସଂସ୍କୃତି,ପରମ୍ପରା ଉପରେ ଆଧାରିତ ପ୍ରଦର୍ଶନୀ କୁ ଉପଭୋଗ କରିଥିଲେ ।