- ୫ ଟି ରକ୍ତ ଦାନ କ୍ୟାମ୍ପ ରୁ ୭୦୩ ୟୁନିଟ ରକ୍ତ ସଂଗୃହୀତ
ଅନୁଗୁଳ: ଓପି ଜିନ୍ଦଲ ଗ୍ରୁପ୍ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଓପି ଜିନ୍ଦଲ(ବାଉଜି) ଙ୍କ ୧୯ ତମ ପୁଣ୍ୟତିଥି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ଅନୁଗୁଳ ପକ୍ଷରୁ ମାର୍ଚ୍ଚ 30, 2024 ରେ ଏକାଧିକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଅନ୍ୟର ଜୀବନ ବଞ୍ଚାଇବା ଭଳି ମହତ୍ କାର୍ଯ୍ୟ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମାଜ ତଥା ଷ୍ଟିଲ ଉଦ୍ୟୋଗ ପ୍ରତି ବାଉଜୀ ଙ୍କ ସମର୍ପିତ ପ୍ରୟାସ କୁ ମନେପକାଇ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଏହି ରକ୍ତଦାନ ଶିବିର ରେ ମୋଟ ୭୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି ଅବସରରେ ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ପଙ୍କଜ ମଲ୍ହନ୍ଙ୍କ ନେତୃତ୍ବରେ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ସମସ୍ତ ବିଭାଗୀୟ ମୁଖ୍ୟ, କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିବା ସାଙ୍ଗକୁ ଏହି ମହାନ ଆତ୍ମାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟlବଳୀର ସ୍ମରଣ କରିଥିଲେ l
ଏହି ଅବସରରେ ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏକ ସୋସିଆଲ ମିଡିଆ ବାର୍ତ୍ତାରେ ତାଙ୍କ ପିତା ଶ୍ରୀ ଓପି ଜିନ୍ଦଲଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ତାଙ୍କ ପିତାଙ୍କ ଜୀବନ ଯାତ୍ରା ତାଙ୍କ ପାଇଁ ଏକ ପୁସ୍ତକ ଯାହାକୁ ସେ ପ୍ରତିଦିନ ପଢିବାକୁ ପସନ୍ଦ କରନ୍ତି ଏବଂ ସେଥିରୁ ସେ ଶିକ୍ଷା ଲାଭ କରିଥାନ୍ତି।

ଏହି ଅବସରରେ ଶ୍ରୀ ପଙ୍କଜ ମାଲହାନ କହିଛନ୍ତି, “ଜେଏସପିର ପ୍ରତିଷ୍ଠାତା ଶ୍ରୀ ଓପି ଜିନ୍ଦଲ ଜିଙ୍କ ମାର୍ଗ ଦର୍ଶନ ଆମକୁ ସର୍ବଦା ସମାଜ ସେବା କରିବା ନିମନ୍ତେ ପ୍ରେରଣା ପ୍ରଦାନ କରିଥାଏ । ଏକ ରାଷ୍ଟ୍ର ନିର୍ମାଣ ତଥା ସମାଜର ଉନ୍ନତି ପାଇଁ ଆମେ ନିରନ୍ତର ଅନୁପ୍ରାଣିତ ଅଟୁ। ଏହିପରି ଏକ ବୃହତ ରକ୍ତଦାନ ଶିବିର ଆୟୋଜନ କରି ଆମେ ଆମ ସାମାଜିକ ଦାୟିତ୍ୱବୋଧ ପ୍ରତି ଥିବା ଦୃଢ଼ ପ୍ରତିବଦ୍ଧତା କୁ ରେଖାଙ୍କିତ କରି ପାରିଛୁ। ଶିବିରର ସଫଳତା ପାଇଁ ମୁଁ ଜେଏସପି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛି।
ଏହି ମେଗା ରକ୍ତ ଦାନ ଶିବିରରେ ରକ୍ତ ଦାନ କରି ସ୍ୱେଚ୍ଛାସେବୀମାନଙ୍କୁ ପ୍ରେରଣା ଦେବା ପାଇଁ ଶ୍ରୀ ଦାମୋଦର ମିତ୍ତଲ ଏକ ଉଦାହରଣ ସୃଷ୍ଟି କରିଥିଲେ।
ଏହି ଅବସରରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଜରଶ୍ରମ,ଗୋଶାଳା,ମାନବ ସେବାଶ୍ରମ, ଏବଂ ବିଭିନ୍ନ ଭିନ୍ନକ୍ଷମ ଶିଶୁ ଆଶ୍ରୟ ସ୍ଥଳ ରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଜିନ୍ଦଲ ମହିଳା ସମିତି ପକ୍ଷରୁ ଶ୍ରୀମତୀ ଅନିତା ମିତ୍ତଲ ଙ୍କ ସହ ଅନ୍ୟ ସମିତି ସଦସ୍ୟା ଓ କମ୍ପାନୀର ବିଭିନ୍ନ ଅଧିକାରୀ ଏହି ସବୁ କାର୍ଯ୍ୟରେ ସାମିଲ ହୋଇ ବାଉଜି ଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ଜେଏସପି ଫାଉଣ୍ଡେସନ ଏବଂ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ,ଅନୁଗୋଳ,ଆଠମଲ୍ଲିକ,ତାଳଚେର ଓ ବୁର୍ଲା ର ସହଯୋଗ କ୍ରମେ ପାଞ୍ଚଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରଯାଇଥିଲା । ଏହି ରକ୍ତ ଦାନ ଶିବିରରେ ବିପୁଳ ମାତ୍ରା ରେ କର୍ମଚାରୀ, ବ୍ୟବସାୟ ସହଯୋଗୀ, ପରିବାର ସଦସ୍ୟ, ଏବଂ ପାର୍ଶ୍ଵବର୍ତୀ ଗ୍ରାମବାସୀ ମାନେ ରକ୍ତ ଦାନ କରି ବାଉଜୀ ଙ୍କ ପ୍ରତି ସେମାନଙ୍କର ଭକ୍ତି ସୁମନ ଅର୍ପଣ କରିଥିଲେ ।

ଦେବଭୂମି ମନ୍ଦିର ଏବଂ ଜିନ୍ଦଲ ନଗରରେ ଅଖଣ୍ଡ ରାମାୟଣ ପାଠ,ପୂଜା ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବହୁ ସ୍ଥାନୀୟ ବାସିନ୍ଦା ଏବଂ କମ୍ପାନୀ କର୍ମଚାରୀମାନେ ଭାଗ ନେଇଥିଲେ ।
ଏକ ସାଧାରଣ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଓମ ପ୍ରକାଶ ଜିନ୍ଦଲ ତାଙ୍କର ଦୃଢ ଇଚ୍ଛାଶକ୍ତି ଫଳରେ ସେ ଜଣେ ସଫଳ ବ୍ୟବସାୟୀ ହେବା ସାଙ୍ଗକୁ ସେ ତାଙ୍କ ସାମାଜିକ ଜୀବନରେ ଅପାର ସଫଳତା ଲାଭ କରିଥିଲେ l ଏକ ଆତ୍ମ-ନିର୍ଭର ଭାରତ ନିମନ୍ତେ ସ୍ଵପ୍ନ ଦେଖିଥିବା ଏହି ଅଗ୍ରଣୀ ଶିଲ୍ପପତି ଦେଶର ଏକ ଆଗ ଧାଡିର ବ୍ଯବସାୟିକ ପ୍ରତିଷ୍ଠାନ ଭାବରେ ଓପି ଜିନ୍ଦଲ ଗୃପ ସମୂହକୁ ପ୍ରତିଷ୍ଠା କରିଥିଲେ l ବେଙ୍ଗଲ ଚାମ୍ବର ଅଫ କମର୍ଶ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଭାରତର ଇସ୍ପାତ ଶିଳ୍ପ ନିମନ୍ତେ ବହୁ ମୂଲ୍ୟ ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ “ଜୀବନ ବ୍ୟାପୀ ସାଧନା” ପୁରସ୍କାରରେ ସମ୍ମାନିତ କରାଯାଇଥିଲା l ସେ ଏଥି ସହିତ ହରିୟାନା ବିଧାନ ସଭା ଏବଂ ସଂସଦର ସଦସ୍ୟ ଭାବରେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ନିମନ୍ତେ ସାର୍ଥକ ଭାବେ ଯୋଗଦାନ କରିଥିଲେ l ସେ ହରିୟାନା ରାଜ୍ୟ ସରକାରରେ ଶକ୍ତି ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ l ସେ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ବହୁ ଗୁଡିଏ ବିଦ୍ୟାଳୟ, ଡାକ୍ତରଖାନା ଏବଂ ଗୋଷ୍ଠୀଗତ ସଂସ୍ଥାନ ପ୍ରତିଷ୍ଠା ଦିଗରେ ମହତ୍ଵପୂର୍ଣ ଭୂମିକା ନିର୍ବାହ କରିଥିଲେ l