February 26, 2026 11:32 am

ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଇସ୍ତାହାର ପ୍ରସ୍ତୁତ କରିବ ବିଜେଡ଼ି, ନିର୍ଦ୍ଦେଶ ଦେଲେ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଗାମୀ ନିର୍ବାଚନରେ  ବିଜୁ ଜନତା ଦଳ  ସମ୍ପୂର୍ଣ ରଣକୌଶଳରେ କୌଣସି  କମି ରଖିବାକୁ ଚାହୁଁନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ  ପାଇଁ ବିଜେଡି  ସ୍ଵତନ୍ତ୍ର ଇସ୍ତାହାର ପ୍ରକାଶ କରିବା ଏହି ଇସ୍ତାହାରରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଶେଷ ଘୋଷଣା କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡି କହିଛି ଯେ, ଦଳ ଷଷ୍ଠଥର ସରକାରକୁ ଆସିଲେ, ପ୍ରଥମ କ୍ୟାବିନେଟରେ ହିଁ ସବୁ ଘୋଷଣା ପୂରଣ ହେବା। ଇସ୍ତାହାରରେ କ’ଣ କ’ଣ ରହିବ, ସେ ନେଇ ସବୁ ଜିଲ୍ଲାରୁ ମତ ସଂଗ୍ରହ କରିବ ବିଜୁ ଛାତ୍ର ଜନତା ଦଳ। ଇସ୍ତାହାର ପାଇଁ ଜିଲ୍ଲା ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କ କ’ଣ ଆବଶ୍ୟକତା ରହିଛି, ସେସବୁର ମତାମତ ନିଆଯିବ। ପରାମର୍ଶ ପାଇଁ ଇ-ମେଲ ଓ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ନିଆଯିବ । ମତାମତ ସଂଗ୍ରହର ୭ ଦିନ ଭିତରେ ୫-ଟି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ।