February 26, 2026 10:53 am

ସିମ୍‌ କାର୍ଡ କୁ ନେଇ ଦେଶବ୍ୟାପୀ ନୂଆ ନିୟମ ଜୁଲାଇ ପହିଲାରୁ 

ମୁମ୍ବାଇ: ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଦ୍ଵାରା ମାର୍ଚ ୧୫, ୨୦୨୪ରେ ମୋବାଇଲ୍ ସିମ୍ କାର୍ଡ ପାଇଁ ନୂତନ ନିୟମାବଳୀ ଜାରି କରାଯାଇଛି।  ଏହି ନୂତନ ନିୟମ ଜୁଲାଇ ୧, ୨୦୨୪ ଠାରୁ ସାରା ଦେଶବ୍ୟାପୀ ଲାଗୁ ହେବ।

ଟ୍ରାଇ କହିଛି ଯେ ନିୟମ ପରିବର୍ତ୍ତନ କଲେ ଠକେଇର ପରିମାଣ ହ୍ରାସ କରାଯାଇପାରିବ। ତଥାପି, ସାଧାରଣ ବ୍ୟବହାରକାରୀଙ୍କୁ ଏହି କାରଣରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ନୂତନ ନିୟମ ଅନୁଯାୟୀ, ମୋବାଇଲ୍ ବ୍ୟବହାରକାରୀ ଯେଉଁମାନେ ନିଜର ସିମ୍ କାର୍ଡ ଅଦଳବଦଳ (ସ୍ବାଇପ୍‌) କରିଛନ୍ତି ସେମାନେ ଆଉ ମୋବାଇଲ୍ ନମ୍ବର ପୋର୍ଟ କରିପାରିବେ ନାହିଁ।  ଯେତେବେଳେ ସିମ୍ କାର୍ଡ ହଜିଯାଏ କିମ୍ବା ଭାଙ୍ଗିଯାଏ, ଆମେ ତାହା ବଦଳରେ ସେହି ନମ୍ବରରେ ଅନ୍ୟ ଏକ ସିମ୍‌ ଆଣନ୍ତି ତାହାକୁ ସିମ୍ ସ୍ବାଇପ୍‌ କୁହାଯାଏ।

ଟ୍ରାଇ କହିଛି ଯେ ଠକେଇ ମାମଲାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଠକମାନଙ୍କୁ ସିମ୍ ଅଦଳବଦଳ କରି ଠକାମୀରୁ ରୋକିବା ପାଇଁ ଏହି ନୂତନ ନିୟମ ଲାଗୁ କରାଯାଇଛି। ଆଜିର ଯୁଗରେ, ସିମ୍ ସ୍ବାଇପ୍‌ରେ ଠକେଇ ବୃଦ୍ଧି ପାଇଛି, ଯେଉଁଥିରେ ଠକମାନେ ଆପଣଙ୍କ ପାନ୍ କାର୍ଡ ଏବଂ ଆଧାର ଫଟୋକୁ ସହଜରେ ନେଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରାଇ ଏହି ନୂଆ ନିୟମ ଲାଗୁ ହୋଇଛି।