February 26, 2026 10:53 am

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ

ଏପ୍ରିଲ୧୯ ରୁ ଆରମ୍ଭ ହୋଇ ଜୁନ୍  ୧ ପର୍ଯ୍ୟନ୍ତ, ଜୁନ୍  ୪ ରେ ଫଳାଫଳ

ନୂଆଦିଲ୍ଲୀ: ଆଜି ୨୦୨୪ ସାଧା ରଣ ନିର୍ବାଚନ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ୭ଟି ପର୍ଯ୍ୟାୟରେ ଲୋକସଭା ଏବଂ ୪ ଟି ପର୍ଯ୍ୟାୟରେ ଓଡ଼ିଶାର ଲୋକସଭା ଏବଂ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ ୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୯, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭, ଚତୁର୍ଥ ପର୍ଯ୍ୟାୟ ମେ ୧୩, ପଞ୍ଚମ ପର୍ଯ୍ୟାୟ ମେ ୨୦, ଷଷ୍ଠ ପର୍ଯ୍ୟାୟ ମେ ୨୫ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଜୁନ୍ ୧ ରେ ଅନୁଷ୍ଠିତ ହେବ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ମେ ୧୩, ଦ୍ୱିତୀୟ ପର୍ଯ୍ୟାୟ ମେ ୨୦, ତୃତୀୟ ପର୍ଯ୍ୟାୟ ମେ ୨୫ ଏବଂ ଚତୁର୍ଥ ପର୍ଯ୍ୟାୟ ଭୋଟ ଜୁନ୍ ୧ ରେ ଅନୁଷ୍ଠିତ ହେବ । ୨୧ଟି ସଂସଦୀୟ କ୍ଷେତ୍ର ଏବଂ ତତସଂଲଗ୍ନ ବିଧାନସଭା କ୍ଷେତ୍ରରେ ଭୋଟ ହେବ ।

ପ୍ରଥମ ପର୍ଯ୍ୟାୟ(ମେ ୧୩): କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର
ଦ୍ୱିତୀୟ ପର୍ଯ୍ୟାୟ(ମେ ୨୦): ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା
ତୃତୀୟ ପର୍ଯ୍ୟାୟ(ମେ ୨୫): ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର
ଚତୁର୍ଥ ପର୍ଯ୍ୟାୟ(ଜୁନ୍ ୧): ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର

ମୁୁଖ୍ୟ ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ, ଚଳିତ ଥର ୯୬.୮ କୋଟି ଭୋଟର ୧୦.୫ ଲକ୍ଷ ଭୋଟ କେନ୍ଦ୍ରରେ ଭୋଟ ଦେବେ । ପ୍ରଥମ ଥର ଭୋଟ ଦେବେ ୧.୮ କୋଟି ଯୁବ ଭୋଟର । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ କରିବାକୁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।