ନୂଆଦିଲ୍ଲୀ: ନ୍ୟୁଜ-୧୮ର ଏକ ଜନମତ ସର୍ଭେ ପ୍ରକାଶ ପାଇଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡ଼ିଶାରେ ବଜେପି-ବିଜେଡି ମେଣ୍ଟ ହେବା ନେଇ ଗତ କିଛି ଦିନ ହେବ ରାଜ୍ୟରାଜନୀତିରେ ଚର୍ଚ୍ଚା ଲାଗିରହିଛି । କିନ୍ତୁ ଏହି ସର୍ଭେରେ କୁହାଯାଇଛି ଯେ ଯଦି ମେଣ୍ଟ ନହୁଏ ଓ ଉଭୟ ଦଳ ଅଲଗା ଅଲଗା ଲଢନ୍ତି ତେବେ ବିଜେପି ଅଧିକ ଲୋକସଭା ଆସନ ପାଇବ ।
କିନ୍ତୁ ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କଥାବାର୍ତ୍ତା ଚୂଡ଼ାନ୍ତ ହୁଏ, ତେବେ ଓଡ଼ିଶାରେ ଏନଡିଏର କ୍ଲିନ୍ ସୁଇପ୍ କରିପାରେ।ସର୍ଭେ ଅନୁସାରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୩ଟି ଆସନରେ ବିଜୟ ହାସଲ କରିପାରେ । ସେହିପରି ବିଜେଡ଼ି ୮ଟି ଆସନ ମିଳିପାରେ । କିନ୍ତୁ ଏଥର କଂଗ୍ରେସ ଖାତା ଖୋଲିବା କଷ୍ଟକର ହୋଇପଡ଼ିବ । ଏହି ମତାମତ ସର୍ଭେ ଅନୁଯାୟୀ ଏନଡିଏକୁ ୪୩ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ମାତ୍ର ୧୫ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି। ବିଜେଡିକୁ ୪୨ ପ୍ରତିଶତ ଭୋଟ୍ ମିଳିପାରେ।
୨୦୧୯ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ୨୧ଟି ଆସନରୁ ୧୨ଟିରେ ବିଜୟୀ ହୋଇଥିଲା। ବିଜେପି ୮ଟି ଆସନରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସ ମେଣ୍ଟ ମାତ୍ର ୧ଟି ଆସନରେ ସୀମିତ ରହିଥିଲା।