April 12, 2026 10:49 pm

ନାଗରିକ ସଂଶୋଧନ ଆଇନ (ସିଏଏ) ଦେଶରେ ଲାଗୁହେବା ପାଇଁ  ବିଜ୍ଞପ୍ତି ଜାରି 

ସ୍ଵତନ୍ତ୍ର ୱେବ ପୋର୍ଟାଲ ମାଧ୍ୟମରେ ରେ ଆବେଦନ ହେବ 

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଦେଶରେ ନାଗରିକ ସଂଶୋଧନ ଆଇନ(ସିଏଏ) ଲାଗୁ କରିବା ପାଇଁ  ବିଜ୍ଞପ୍ତି ଜାରି କରିଛନ୍ତି। ସରକାର ସିଏଏ ପଞ୍ଜିକରଣ ପାଇଁ ଏକ ସ୍ଵତନ୍ତ୍ର ୱେବ ପୋର୍ଟାଲ ଡିଜାଇନ କରିଛନ୍ତି। ସିଏଏ ଅନଲାଇନ ପୋର୍ଟାଲରେ ନାଗରିକତା ପଞ୍ଜିକରଣ କରାଯିବ। ତେବେ ଏହି ପୋର୍ଟାଲ କେବେ ଲଞ୍ଚ କରାଯିବ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ କୁହାଯାଉଛି ସିଏଏ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ପୋର୍ଟାଲ ଲଞ୍ଚ୍ କରାଯିବ। ଏହି ପୋର୍ଟାଲ ନେଇ ଦୀର୍ଘ ଦିନ ଧରି କାର୍ଯ୍ୟ ଜାରି ରହିଛି। ଏବେ ଏହାର ମଞ୍ଜୁରୀ ନେଇ ଅନୁମତି ଦେବାକୁ ଅପେକ୍ଷା କରାଯାଇଛି।
ନାଗରିକତା ପାଇଁ ଅନଲାଇନରେ ଆବେଦନ କରାଯିବା ଲାଗି ପଞ୍ଜିକରଣ କରାଯିବ। ଏହାପରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ପଡ଼ିବ। ଏହାପରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯିବ। ଯଦି ଆବେଦନକାରୀଙ୍କ ସମସ୍ତ କାଗଜପତ୍ର ଠିକ ଥିବ ତେବେ ତାଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ।

ସିଏଏ ଅନୁସାରେ ଭାରତର ପଡୋଶୀ ଦେଶ ବାଂଲାଦେଶ, ଆଫଗାନିସ୍ତାନର ପୀଡିତ ସଂଖ୍ୟାଲଘୁଙ୍କୁ ଭାରତ ନାଗରିକତା ବିନା କୌଣସି କାଗଜପତ୍ରରେ ପ୍ରଦାନ କରାଯିବ। ଏହା ଅନୁସାରେ ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୋଦ୍ଧ, ପାର୍ସୀ ଆଦି ୬ ସଂଖ୍ୟା ଲଘୁ ଭାରତର ନାଗରିକତା ପାଇଁ ଆବେଦନ କରିପାରିବେ। ତେବେ ସେମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତଆସିଥିବା ଜରୁରୀ। ସିଏଏକୁ ବିଜେପିର ବଡ଼ ନିର୍ବାଚନୀ ପଦକ୍ଷେପ ବୋଲି କୁହାଯାଉଛି।