February 26, 2026 10:36 am

ଟ୍ରାଇ ଆଣିବ ଦେଶୀ ଟ୍ରୁ କଲର,ଅଜଣା ନମ୍ବର ଧରାପଡିବ ଅନାୟାସାରେ 

ନୂଆଦିଲ୍ଲୀ: ମୋବାଇଲ ଫୋନ ଆଜି ଜୀବନର ଏକ ଅଙ୍ଗ ହୋଇପଡିଥିବା ବେଳେ ସବୁଲୋକଙ୍କ ଫୋନକୁ ପ୍ରାୟ ପ୍ରତିଦିନ କିଛି ଅଜଣା ନମ୍ବରରୁ ମଧ୍ୟ ଫୋନକଲ ଆସିଥାଏ । କେତେବେଳେ ମାଗଣା କ୍ରେଡିଟ କାର୍ଡ ଅଫର ହେଉ ତ କେତେବେଳେ ଋଣ ଅଫର । ପୁଣି ବେଳେବେଳେ କେତେକ ସଂଦିଗ୍ଧ କଲ ମଧ୍ୟ ଆସିଥାଏ । ଏସବୁ ସମସ୍ୟାର ସମାଧାନ ପାଇଁ ଟ୍ରୁକଲର ଆପ ବେଶ ସହାୟକ ହୋଇଥାଏ । କିନ୍ତୁ ଟ୍ରୁକଲର ଏକ ବିଦେଶୀ କମ୍ପାନି ହୋଇଥିବାବେଳେ ସରକାର ଆମ ଦେଶରେ ଏକ ଦେଶୀ ଟ୍ରୁକଲର ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି ।ଟ୍ରାଇ ସରକାରୀ ଟ୍ରୁ କଲର ଭଳି ସୁବିଧା ପାଇଁ ଏକ ଡ୍ରାଫ୍ଟ ଡ୍ରାଫ୍ଟ ଜାରି କରିଛି । ଖୁବଶୀଘ୍ର ଆପଣଙ୍କ ମୋବାଇଲରେ ଥିବା ନମ୍ବର ସହିତ କଲରଙ୍କ ପ୍ରକୃତ ନାମ ମଧ୍ୟ ଆସିବ । ଏବେ ସେହି ନାମ ଫୋନରେ ଆସିବ, ଯାହାକୁ ସେ ନିଜ ମୋବାଇଲ କନେକ୍ସନ ଫର୍ମରେ ଦେଇଛନ୍ତି। ଏହାଦ୍ୱାରା ନକଲି କଲ୍ ଉପରେ ରୋକ ଲଗାଯିବା ସହ ଅସଲି କଲରଙ୍କୁ ଚିହ୍ନଟ କରାଯିବ।

ଏହି ପରିପ୍ରେକ୍ଷୀରେ ଟ୍ରାଇ ୨୦୨୨ରେଟେଲିକମ୍ ନେଟୱାର୍କରେ କଲିଂ ନାମ ଉପସ୍ଥାପନା (ସିଏନ୍ଏପି)ର ପରିଚୟ’ ଶୀର୍ଷକ ଏକ ପରାମର୍ଶ ପତ୍ର ଜାରି କରିଥିଲା। ଏଥିରେ ସମସ୍ତ ଅଂଶୀଦାରଙ୍କ ମତାମତ ଲୋଡ଼ାଯାଇଥିଲା। ଏଥିପାଇଁ ଗତବର୍ଷ ମାର୍ଚ୍ଚରେ ଭର୍ଚୁଆଲ ମାଧ୍ୟମରେ ପରାମର୍ଶ ପତ୍ର ଉପରେ ଏକ ମୁକ୍ତ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ହିତାଧିକାରୀଙ୍କ ଠାରୁ ମିଳିଥିବା ମନ୍ତବ୍ୟ/ସୂଚନା ଏବଂ ନିଜର ବିଶ୍ଳେଷଣ ଆଧାରରେ ଟ୍ରାଇ ‘ଭାରତୀୟ ଟେଲିକମ୍ ନେଟୱର୍କରେ କଲିଂ ନେମ୍ ପ୍ରେଜେଣ୍ଟେସନ୍ (ସିଏନ୍ଏପି) ସେବା ର ପରିଚୟ’ ଉପରେ ଏହାର ସୁପାରିସକୁ ଚୂଡ଼ାନ୍ତ କରିଛି।  ସୁପାରିଶ ଅନୁସାରେ ଦେଶରେ ଟ୍ରୁକର ପରି ଏକ କଲିଂ ନେମ୍ ପ୍ରେଜେଣ୍ଟେସନ ବ୍ୟବସ୍ଥା ଆରମ୍ଭ କରିବାକୁ କୁହାଯାଇଛି ।