June 26, 2025 11:16 pm

ସାଧାରଣ ନିର୍ବାଚନ: ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ତାରିଖ 

ନୂଆଦିଲ୍ଲୀ: ଦେଶରେ ସଧାରଣ ନିର୍ବାଚନ ହେବାକୁ ଆନୁମାନିକ୨ ମାସ ସମୟ ବାକିଥିବାବେଳେ ଦିନକୁ ଦିନ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ନଜର ଏବେ ନିର୍ବାଚନ କମିସନଙ୍କ ଉପରେ ରହିଛି, ଯେ କେବେ ନିର୍ବାଚନ ତାରିଖ ଘୋଷଣ ହେବ ? ନ୍ୟୁଜ-୧୮ର ଏକ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ପରେ ଯେ କୌଣସି ଦିନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିସନ । ନିର୍ବାଚନ ପ୍ରସ୍ତୁତିର ଆକଳନ କରିବା ପାଇଁ ଏବେ କମିସନଙ୍କ ଟିମ୍ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଏବଂ ମାର୍ଚ୍ଚ ୧୩ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ଏହି କ୍ରମରେ ସେ ଗତ ସପ୍ତାହରେ ଭୁବନେଶ୍ବର ମଧ୍ୟ ଆସିଥିଲେ ।

ସୂଚନା ଅନୁସାରେ ନିର୍ବାଚନ କମିସନ ୬ କିମ୍ବା ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରିପାରନ୍ତି,

  • ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ ଭଳି ରାଜ୍ୟରେ ଦୁଇ କିମ୍ବା ଅଧିକ ପର୍ଯ୍ୟାୟରେ ନିର୍ବାଚନ ହେବ।
  • ତାମିଲନାଡୁ, କେରଳ, ଗୁଜରାଟ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।

ଜମ୍ମୁକଶ୍ମୀର ଗସ୍ତ ପରେ ନିର୍ବାଚନ କମିସନ ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରିବେ ଏବଂ ତା‘ପରେ ପର୍ଯ୍ୟାୟ ନିର୍ଦ୍ଧାରଣ କରିବେ।