ମିସନ ଶକ୍ତି ସଦସ୍ୟଙ୍କୁ ୟୁନିଫର୍ମ ପାଇଁ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ମିଳିବ। ୟୁନିଫର୍ମ ବାବଦରେ ସରକାର ୧ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ। ରାଜ୍ୟର ୭୦ ଲକ୍ଷ ସଦସ୍ୟାଙ୍କୁ  ଏହି ଟଙ୍କା ମିଳିବ। ଏସ୍‌ଏଚ୍‌ଜି ଏକ୍‌ଜିକ୍ୟୁଟିଭ୍‌ ମେମ୍ବରମାନଙ୍କୁ ଆଉ ୨ ହଜାର ଟଙ୍କା ମିଳିବ । ୟୁନିଫର୍ମ ସହ ବ୍ଲେଜର କିଣିବାକୁ ମୋଟ ୩ ହଜାର ଟଙ୍କା ମିଳିବ।

କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ବୁଣାକରାଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା କରାଯାଇଛି। ବୁଣାକାରମାନେ ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ। ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି।