June 26, 2025 2:26 pm

ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁକଲା ଦିଲ୍ଲୀ ପୁଲିସ 

ନୂଆଦିଲ୍ଲୀ:  କୃଷକଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାକୁ ଆଖି ଆଗରେ ରଖି ଏବଂ ସେଥି ଯୋଗୁଁ ବ୍ୟାପକ ଉତ୍ତେଜନା ଓ ସାମାଜିକ ଅସ୍ଥିରତା ଆଶଙ୍କା କରି ଦିଲ୍ଲୀ ପୁଲିସ ଏକ ମାସ ପାଇଁ ଜାତୀୟ ରାଜଧାନୀରେ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି)ର ଧାରା ୧୪୪ ଲାଗୁ କରିଛି। ୧୪୪ ଧାରା ଲାଗୁ ହେବା ଫଳରେ ରାଜଧାନୀରେ ସଭା, ଶୋଭାଯାତ୍ରା କିମ୍ବା ରାଲି ଓ ଲୋକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଟ୍ରଲି ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।

ପଞ୍ଜାବ (କିଷାନ ମଜଦୁର ସଂଘର୍ଷ କମିଟି) କେଏମଏସସି ସଭାପତି ସୁଖବିନ୍ଦର ସିଂ ସଭରା କହିଛନ୍ତି, “ଗତକାଲି ସକାଳେ… ୨୦୦ କୃଷକ ସଂଗଠନ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବେ। ଅସମ୍ପୂର୍ଣ୍ଣ ରହିଥିବା ଆନ୍ଦୋଳନକୁ ସମ୍ପୂର୍ଣ୍ଣ କରିବା ପାଇଁ… ୯ ଟି ରାଜ୍ୟର କୃଷକ ସଂଗଠନ ଯୋଗାଯୋଗରେ… ପୁଡୁଚେରୀ, କର୍ଣ୍ଣାଟକ, ତାମିଲନାଡୁ, ମଧ୍ୟପ୍ରଦେଶ, ୟୁପି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ପଞ୍ଜାବ ଏହି ସବୁ ରାଜ୍ୟ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି।

ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରାଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ ରାଜଧାନୀରେ କୌଣସି ପ୍ରକାରର ରାଲି କିମ୍ବା ଶୋଭାଯାତ୍ରା ଆୟୋଜନ ଏବଂ ରାସ୍ତା ଓ ରାସ୍ତା ଅବରୋଧ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିର୍ଦ୍ଦେଶ ଫେବ୍ରୁଆରି ୧୨ରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦିଲ୍ଲୀ ପୋଲିସର ନିର୍ଦ୍ଦେଶ ଅନୁଯାୟୀ ଟ୍ରାକ୍ଟର ରାଲିକୁ ଜାତୀୟ ରାଜଧାନୀର ସୀମା ଅତିକ୍ରମ କରିବାକୁ ବାରଣ କରାଯାଇଛି । ଦିଲ୍ଲୀ ପୁଲିସ ଟ୍ରାଫିକ୍ ଆଡଭାଇଜରୀ ମଧ୍ୟ ଜାରି କରିଛି।