February 26, 2026 11:59 pm

ରଜନୀକାନ୍ତ ୧ମିନିଟକୁ ନେଲେ ୧କୋଟି ଟଙ୍କାର ପାରିଶ୍ରମିକ

ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ରଜନୀକା ସିନେମା ପ୍ରେମୀଙ୍କ ପାଇଁ ଭଗବାନ। ତାଙ୍କର ଯେକୌଣସି ଚଳଚ୍ଚିତ୍ର ହେଉ ଟ୍ରେଲର ଠାରୁ ଆରମ୍ଭ କରି ସିନେମା ରିଲିଜ ତାରିଖକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଥାଆନ୍ତି। ଏଥିସହିତ ସିନେମାର ସୁଟିଂଠାରୁ ଆରମ୍ଭ କରି ରିଲିଜ ଶେଷ ହେବା ପର୍ଯ୍ୟନ୍ତ ରଜନୀକାନ୍ତ ଚର୍ଚ୍ଚାରେ ଥାଆନ୍ତି।

ନିକଟରେ ‘ଲାଲ ସଲାମ’ ସିନେମାର ଟିଜର ରିଲିଜ ହୋଇଛି। ଏଥିରେ ରାଜନୀକାନ୍ତଙ୍କୁ ଖବୁ ଅଳ୍ପ ସମୟର ଅଭିନୟ ରହିଥିବା ଜଣାପଡ଼ିଛି। କହିବାକୁ ଗଲେ ସିନେମାରେ ତାଙ୍କର ଅଭିନୟ ସମୟ ମାତ୍ର ୩୦-୪୦ମିନିଟର ରହିଛି। ଏଥିପାଇଁ ଅଭିନେତା ପ୍ରତି ମିନିଟ ହିସାବରେ ପାଖାପାଖି ୪୦‌କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି। ଏଥିସହିତ ଏଆର ରେହମାନ ସିନେମାର ମ୍ୟୁଜିକ ଲଞ୍ଚ ସମୟ‌ରେ କହିଥିଲେ,‘ କି ତାମିଲ ସୁପରଷ୍ଟାର ସିନେମାରେ  ସଂଳ୍ପାପରେ ଖୁବ ସାହାଯ୍ୟ କରିଛନ୍ତି। ’

‘ଲାଲ ସଲାମ’  ବିଷୟରେ କହିବାକୁ ଗଲେ ଏହା ଏକ ସ୍ପୋର୍ଟସ୍ ଡ୍ରାମା ଚଳଚ୍ଚିତ୍ର। ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ଫିଲ୍ମ ‘ଲାଲ ସଲାମ’ର ନିର୍ଦ୍ଦେଶନା ଦେଇଥିବା ବେଳେ ରଜନୀକାନ୍ତଙ୍କ ବ୍ୟତୀତ ଏଥିରେ ଅଭିନେତା ବିଷ୍ଣୁ ବିଶାଲ ଏବଂ ବିକାଶ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ସିନେମାରେ ଏ ଆର୍ ରେହମାନ ସଙ୍ଗୀତ ଦେଇଥିବାବେଳେ ଏହାର ସିନେମାଟୋଗ୍ରାଫର ବିଷ୍ଣୁ ରଙ୍ଗସାମି କରୁଛନ୍ତି । ଫେବ୍ରୁଆରି ୯ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାପାଇଁ ସିନେମା ‘ଲାଲ ସଲାମ’ର ସମସ୍ତ ପ୍ରସ୍ତୁତି ସରିଛି।