April 12, 2026 10:25 pm

ଓଡିଶାରେ ୧୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ: ନବୀନ

ଭୁବନେଶ୍ଵର: ବହୁଚର୍ଚ୍ଚିତ ନୟାଗଡ଼ର ଶିଶୁକନ୍ୟା ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହରେ ବିବୃତି ରଖିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି- ପରୀ ଘଟଣାରେ ଦୋଷୀ ଗତକାଲି ଦଣ୍ଡ ପାଇସାରିଛି। ପରୀ ଭଳି ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି। ନିର୍ବାଚନ ସମୟରେ ରାଜନୀତି ହେବା କଥା। କିନ୍ତୁ ବିରୋଧୀ ହୀନ ରାଜନୀତି କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଏସକେୱାଇ କାର୍ଡ ଦେଶର ସବୁଠାରୁ ଭଲ ଯୋଜନା। ଏହି ଯୋଜନା ଆଦିବାସୀମାନଙ୍କ ଚିକିତ୍ସା ପାଇଁ ସହାୟକ ହେଉଛି। ସେପଟେ ଓଡ଼ିଶା ଆଜି ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟରେ ୨୦୦୦ ମସିହାରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୧୦ ପ୍ରତିଶତକୁ ଖସିଛି। ଏହା ରାଜ୍ୟ ସରକାରଙ୍କ ବଡ ସଫଳତା।ଉଲ୍ଲେଖଯୋଗ୍ୟ,୨୦୨୦ ଜୁଲାଇ ୧୪ ତାରିଖରେ ବର୍ଷ ବୟସର ଶିଶୁକନ୍ୟା ପରୀ ଗାଁ ଦାଣ୍ଡରେ ଖେଳୁଥିଲା। କୋର୍ଟରେ ଦୋ‌ଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ପରୀକୁ  ହଠାତ୍‌ ଗାଏବ କରି ନେଇଥିଲା। ସେହି ମାସ ୨୩ରେ ତା’ର ଶବ ଉଦ୍ଧାର ହୋଇଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ହତ୍ୟାକାରୀକୁ ଗିରଫ କରିଥିଲା। ଏହି କୁନି ନାବାଳିକାର ହତ୍ୟା ତଥା‌ ଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା।