June 26, 2025 3:47 pm

କୁନି ପ୍ରତିଭା ନ୍ୟାସାଙ୍କୁ ଉତ୍କଳ ଗୌରବ ପୁରସ୍କାର

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ଆଧୁନିକ ଓ ସମ୍ବଲପୁରୀ ନୃତ୍ୟରେ ନିପୁଣ ନ୍ୟାସା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି । ସମ୍ପ୍ରତି ଭୁବନେଶ୍ୱର ଠାରେ କଳିଙ୍ଗ କଳାକେନ୍ଦ୍ର ପକ୍ଷରୁ ଏହାର ପ୍ରତିଷ୍ଠାତା ମାନଗୋବିନ୍ଦ ନାୟକଙ୍କ ତତ୍ତ୍ୱାବଧାଳନରେ ଅଞ୍ଜଳି ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ନ୍ୟାସା କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଉଚ୍ଚକୋଟୀର ନୃତ୍ୟ କଳା ପ୍ରଦର୍ଶନ ପାଇଁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି । ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କିନ୍ନର ସଂଘ ସଭାନେତ୍ରୀ ମୀରା ପରିଡ଼ା, ସାମାଜିକ କର୍ମୀ ସାରଦା ପ୍ରସାଦ ମହାନ୍ତି, ଦୌଡ଼ରାଲଣୀ ଦୂତୀ ଚାନ୍ଦ ପ୍ରମୁଖ ଯୋଗ ଦେଇ ନ୍ୟାସାଙ୍କୁ ଉକ୍ତ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ । ହିଲ୍‌ପାଟଣା ନିବାସୀ ପଦ୍ମଲୋଚନ ପଣ୍ଡା ଓ ଅଙ୍କିତା ପଣ୍ଡାଙ୍କ ଏକମାତ୍ର କନ୍ୟା ନ୍ୟାସାଙ୍କ ବୟସ ମାତ୍ର ୬ ବର୍ଷ । ଟେଲିଭିଜନ୍ ଦେଖି ସେ ଆଧୁନିିକ ନୃତ୍ୟ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କର ପ୍ରତିଭା ଦେଖି ପରିବାରବର୍ଗ ଏକ ଘରୋଇ ଅନୁଷ୍ଠାନରେ ନୃତ୍ୟ ଶିକ୍ଷା ପାଇଁ ତାଲିମ୍ ବ୍ୟବସ୍ଥା କରିଛନ୍ତି । ତେବେ ସେ ଅଳ୍ପ ଦିନରେ ଆଧୁନିକ ସହ ସମ୍ବଲପୁରୀ ନୃତ୍ୟରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରି ବହୁ ପୁରସ୍କାର ଲାଭ କଲେଣି ।