June 26, 2025 7:17 pm

୨୭ନଂ ୱାର୍ଡରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୂମଧାମରେ ପାଳିତ

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ଦୀର୍ଘ ଶତଶତ ବର୍ଷର ସଂଗ୍ରାମ ପରେ ସରଜୁ ନଦୀର କୂଳରେ ଅଯୋଧ୍ଯା ଠାରେ ରଘୁବଂଶୀ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଶିଶିର ଋତୁ ପୌଷମାସ  ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ଅବସରରେ ବ୍ରହ୍ମପୁର ମହାନଗର ନିଗମ ୨୭ନଂ ୱାର୍ଡ  ଆନୁକୂଲ୍ଯରେ ୱାର୍ଡରେ ଥିବା  ରଘୁନାଥ ମନ୍ଦିର ଓ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସକାଳ ୬.୦୦ଘଟିକା: ମଙ୍ଗଳ ଆଳତି, ଘ୯.୦୦:ରେ ହୋମ, ଅପରାହ୍ନ ୦୩.୦୦ :ରାମଚରିତ ମାନସ ପାଠ, ସଂଧ୍ଯା ୬.୩୦: ଦୀପାବଳି/ଦୀପଦାନ ଉତ୍ସବ ଅବସରରେ ୧୫,୫୫୫ଦୀପ ପ୍ରଜ୍ଜଳନ କରାଯାଇଛି। ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଅଞ୍ଚଳବାସୀ ଶ୍ରଦ୍ଧା ଓ ଆନନ୍ଦରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ କର୍ପୋରେଟର ନୀଳକଣ୍ଠ ସାହୁ  ପରିଚାଳନା କରିଥିବା ବେଳେ ସମସ୍ତ ଅଞ୍ଚଳ ବାସୀ ସହଯୋଗ କରିଥିଲେ।