December 6, 2025 1:24 pm

ସାମସଙ୍ଗ ଗାଲାକ୍ସି ଏସ୨୪ ସ୍ମାର୍ଟଫୋନ ନୋଇଡାରେ ତିଆରି ହେବ 

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗ ଅନୁଯାୟୀ ଭାରତର  ନୋଇଡାର ଥିବା ଏହାର  କାରଖାନାରେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ସଜ୍ଜିତ ସାମସଙ୍ଗ ଗାଲାକ୍ସି ଏସ୨୪ ସିରିଜ୍ ସ୍ମାର୍ଟଫୋନ୍ ତିଆରି କରିବ। ଉଭୟ ଘରୋଇ ଓ ରପ୍ତାନି ବଜାର ପାଇଁ ଏହା ନିର୍ମାଣ ହେବ। ଆପଲ ଭାରତରେ ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବାବେଳେ ସାମସଙ୍ଗ ମଧ୍ୟ ନିଜର ଭାରତୀୟ କାରଖାନା ଉପରେ ସର୍ବାଧିକ ଫୋକସ ପ୍ରଦାନ କରୁଛି । 

ସାମସଙ୍ଗ ଇଣ୍ଡିଆର ଅଧ୍ୟକ୍ଷ ତଥା ସିଇଓ ଜେବି ପାର୍କ କହିଛନ୍ତି, ଏହା ଭବିଷ୍ୟତର ଏକ ଉପକରଣ। ଦୁନିଆ ଏଆଇକୁ ପରବର୍ତ୍ତୀ ବଡ଼ ଜିନିଷ ବୋଲି କହୁଥିବା ବେଳେ ଗାଲାକ୍ସି ଏସ୍ ୨୪ ସିରିଜ୍ ଏହାକୁ ସିଧାସଳଖ ଆପଣଙ୍କ ପାଖକୁ ଆଣିଛି। ମୁଁ ଖୁସିର ସହ ଘୋଷଣା କରୁଛି ଯେ ନୋଏଡାରେ ଥିବା ଆମ କାରଖାନାରେ ଗାଲାକ୍ସି ଏସ୨୪ ସିରିଜ୍ ଭାରତରେ ନିର୍ମିତ ହେବ।କଂପାନି ନିକଟରେ ଏହାର ନୂଆ ଫ୍ଲାଗସିପ୍ ସ୍ମାର୍ଟଫୋନ୍ – ଗାଲାକ୍ସି ଏସ୍ ୨୪ ସିରିଜ୍ ଉନ୍ମୋଚନ କରିଛି। ଏଥିରେ ଏଆଇ ଭିତ୍ତିକ ଆପ୍ଲିକେସନ୍ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିରେ ହିନ୍ଦୀ ସମେତ ବଛା ବଛା ଭାରତୀୟ ଭାଷାରେ ରିୟଲ ଟାଇମ୍ ଭଏସ୍ କଲ୍ ଏବଂ ମେସେଜ୍ ଟ୍ରାନ୍ସଲେସନ, ଉନ୍ନତ ଇମେଜ୍ ଏଡିଟିଂ, କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ଆକୃଷ୍ଟ କରିବା ପାଇଁ ଉତ୍ତମ କ୍ୟାମେରା ଏବଂ ଦୃଢ଼ ପ୍ରଦର୍ଶନ ପାଇଁ କର୍ନିଂ ଗୋରିଲା ଆର୍ମର୍ ଗ୍ଲାସ୍ ଭଳି ଫିଚର ରହିଛି।