June 26, 2025 4:14 pm

ପାପା କହେତେହେଁ ସିନେମାର ଚୁଲବୁଲି ଅଭିନେତ୍ରୀ ଏବେ ଗୁଗଲ ଇଣ୍ଡିଆର ହେଡ୍

ମୁମ୍ବାଇ: ପାପା କହେତେହେଁ  ସିନେମାର ‘ଘର ସେ ନିକଲତେ ହି, କୁଛ ଦୂର ଚଲତେ ହି…’ ଗୀତଟି ଏବେ ବି ଲୋକମାନଙ୍କ ମନରେ ତାଜା ହୋଇରହିଛି।   ଏହି ସିନେମାରେ  ନାୟିକା ଥିବା ଅଭିନେତ୍ରୀ ଏବେ ଗୁଗଲ ଇଣ୍ଡିଆର ହେଡ୍(ଇଣ୍ଡଷ୍ଟ୍ରି ହେଡ୍-ଏଜେନ୍ସି ବିଜନେସ୍)।  ଗୀତ ସହ ଏଥିରେ ଅଭିନୟ କରିଥିବା ସେହି ସୁନ୍ଦର ଏବଂ ନିରୀହ ଅଭିନେତ୍ରୀଙ୍କୁ ସିନେମା ପ୍ରେମୀ ନିଶ୍ଚୟ ମାନେ ରଖିଛନ୍ତି। ନାୟିକାଜଣକ ହେଲେ ମୟୂରୀ କଙ୍ଗୋ। ଫିଲ୍ମରେ ତାଙ୍କ ବିପକ୍ଷରେ ଜୁଗଲ ହଂସରାଜ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ପାଇଁ ମୟୂରୀ ରାତାରାତି ଷ୍ଟାର ପାଲଟି ଯାଇଥିଲା। ତେବେ କିଛି ଫିଲ୍ମରେ କାମ କରିବା ପରେ ମୟୁରୀ ବଲିଉଡକୁ ବାଏ ବାଏ କହି ଆମେରିକା ଚାଲିଯାଇଥିଲେ ବୋଲି ଜଣାପଡ଼ିଛି। ଅଗଷ୍ଟ ୧୫, ୧୯୮୨ ରେ ଜନ୍ମଗ୍ରହଣ କରିଥିବା ମୟୂରୀଙ୍କୁ ୨୦୦୯ମସିହାରେ ଶେଷ ଥର ପାଇଁ ‘କୁର୍ବାନ୍’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। 

ଏହା ପରେ ମୟୂରୀ ସମ୍ପୂର୍ଣ୍ଣ ଭାବେ ଅଭିନୟ ଛାଡ଼ି ଦେଇଥିଲେ। ଅଭିନୟ ଛାଡ଼ି ମୟୁରୀ କ’ଣ କରୁଛନ୍ତି ବୋଲି ତାଙ୍କ ପ୍ରଶଂସକ ଚିନ୍ତାରେ ଥିବା ବେଳେ ସେ ‘ଗୁଗୁଲ୍ ଇଣ୍ଡିଆ’ରେ କାମ କରୁଥିବା ସାମ୍ନାକୁ ଆସିଥିଲା। ଏବେ ସେ ଗୁଗଲ ଇଣ୍ଡିଆର ହେଡ୍(ଇଣ୍ଡଷ୍ଟ୍ରି ହେଡ୍-ଏଜେନ୍ସି ବିଜନେସ୍) ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ତେବେ ବଲିଉଡକୁ ଆସିବା ପୂର୍ବରୁ ଆଇଆଇଟି କାନପୁରରେ ତାଙ୍କୁ ଇଞ୍ଜିନିୟରିଂ ପଢ଼ିବାର ସୁଯୋଗ ମିିଳିଥିଲା। ହେଲେ ସେ କଳାକାର ହେବାକୁ ଚାହୁଥିବାରୁ ବଲିଉଡକୁ ବାଛିଥିଲେ। ଫିଲ୍ମରେ ସେତେଟା ସଫଳତା ନମିଳିବାରୁ ବିବାହ ପରେ ସ୍ବାମୀଙ୍କ ସହ ଆମେରିକା ଚାଲିଯାଇଥିଲେ ମୟୁରୀ। ସେଠାରେ ଏମବିଏ କରିବା ପରେ ୨୦୦୪-୧୨ ସେ ସଠାରେ ଚାକିରି କରିଥିଲେ। ପରେ ୨୦୧୩ରେ ସେ ପୁଅ କିଆନକୁ ନେଇ ଭାରତ ଚାଲି ଆସିବା ସହ ଏଠାରେ ପରଫର୍ମମିକ୍ସ ନାମକ ଏକ କମ୍ପାନିରେ ପରିଚାଳନା ନିର୍ଦ୍ଦେଶିକା ଭାବେ କାମ କରିବା ଆରମ୍ଭ କରିଥିଲେ। କିଛି ଦିନ ସେଠାରେ କାମ କରିବା ପରେ ୨୦୧୯ରେ ‌ସେ ଗୁଗଲ ଇଣ୍ଡିଆର ହେଡ୍(ଇଣ୍ଡଷ୍ଟ୍ରି ହେଡ୍-ଏଜେନ୍ସି ବିଜନେସ୍) ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିବା ଜଣାପଡ଼ିଛି।