ମୁମ୍ବାଇ: ଅଳ୍ପ ଦିନରେ ଉଭୟ ଦକ୍ଷିଣ ଓ ହିନ୍ଦୀ ସିନେମାରେ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନାଏବେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଲକ୍ଷ ଲକ୍ଷ ଲୋକ ରଶ୍ମିକାଙ୍କ ସୁନ୍ଦରତା ଉପରେ ନିଜର ହୃଦୟ ହାରିଛନ୍ତି। ବହୁତ କମ୍ ବୟସରୁ ସେ ଉଭୟ ସାଉଥ୍ ଓ ବଲିଉଡ ଫିଲ୍ମରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ସବୁବେଳେ ନିଜର ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ରଶ୍ମିକା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଯେ, ସେ ଖୁବଶୀଘ୍ର ନିର୍ବନ୍ଧ କରିବେ।
ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁହେଁ ନିର୍ବନ୍ଧ କରିବାକୁ ଯାଉଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ ଦୁହେଁ ନିଜ ସମ୍ପର୍କକୁ ଅଧିକାରୀକ କରିବାକୁ ଯାଉଥିବା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଉଭୟ ଫେବ୍ରୁଆରିରେ ନିର୍ବନ୍ଧ କରିବେ। ହେଲେ ଏପର୍ଯ୍ୟନ୍ତ ଦୁହେଁ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଖୁସି ହୋଇଯାଇଥିବା ଜଣାଯାଇଛି।
ରଶ୍ମିକା ମନ୍ଦନା ଏହା ପୂର୍ବରୁ ଲୋକପ୍ରିୟ ସାଉଥ୍ ଷ୍ଟାର ରକସିତ୍ ସେଟ୍ଟୀଙ୍କ ସହ ନିର୍ବନ୍ଧ କରିଥିଲେ। କିନ୍ତୁ କୌଣସି କାରଣରୁ ସେମାନଙ୍କର ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ।