June 26, 2025 8:55 pm

ଆସିଲା ୨୦୨୪ ଭୋଟର ତାଲିକା,ରାଜ୍ୟରେ ୩ କୋଟି ୩୨ ଲକ୍ଷ ଭୋଟର

ଭୁବନେଶ୍ୱର:  ୨୦୨୪ ଭୋଟର ତାଲିକା ସରକାର ପ୍ରକାଶ କରିଛନ୍ତି। ଓଡ଼ିଶାରେ ଏଥର ଭୋଟ ଦେବେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଲୋକ । ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଏକ ପ୍ରେସ୍ ମିଟରେ ୨୦୨୪ ଭୋଟର ତାଲିକା ଜାରି କରିଛନ୍ତି । ତାଲିକାରେ ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ ମହିଳା ଭୋଟର ଅଛନ୍ତି । ଟ୍ରାନସଜେଣ୍ଡରଙ୍କ ସଂଖ୍ୟା ହେଉଛି ୩ ହଜାର ୩୮୦ ।

ଏଥର ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ୭ ଲକ୍ଷ ୧୬ ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଛି ।

ତାଲିକାରେ ୧୮ ରୁ ୧୯ ବର୍ଷୀୟ ୭ ଲକ୍ଷ ୫୪ ହଜାର ୯୪୬ ଯୁବ ଭୋଟର ଅଛନ୍ତି । ସମୁଦାୟ ଭୋଟରଙ୍କ ସଂଖ୍ୟାର ଏମାନେ ୨.୨୭% । ୨୦୧୯ମସିହାରେ ୫୪, ୪୦୧(୧.୭୨%), ୨୦୨୦ରେ ୫, ୪୨, ୩୨୩(୧.୬୭%), ୨୦୨୧ରେ ୪,୧୦୦,୭୭(୧.୨୬%), ୨୦୨୨ରେ ୫,୨୩,୭୭୪(୧.୫୯%) ଏବଂ ୨୦୨୩ରେ ୪, ୪୫, ୬୧୯(୧.୩୮%) ଯୁବ ଭୋଟର ଥିଲେ ।

ମହିଳା ଭୋଟରଙ୍କ ସଂଖ୍ୟା ବଢ଼ିଛି । ହଜାରେ ପୁରୁଷରେ ୯୭୨ ମହିଳା ଅଛନ୍ତି । ୨୦୧୯ରେ ହଜାରେ ପୁରୁଷରେ ୯୪୬ ମହିଳା ଥିଲା ବେଳେ ୨୦୨୦ରେ ୯୫୪, ୨୦୨୧ରେ ୯୫୮, ୨୦୨୨ ରେ ୯୬୪ ଏବଂ ୨୦୨୩ ରେ ହଜାରେ ପୁରୁଷରେ ୯୬୧ ମହିଳା ଥିଲେ। 

ସେହିଭଳି ୮୦ ଏବଂ ଅଧିକ ବର୍ଷୀୟ ଭୋଟରଙ୍କ ସଂଖ୍ୟା ହେଉଛି ୬ ଲକ୍ଷ ୮୫ ହଜାର ୪୮ । ସମୁଦାୟ ଭୋଟର ସଂଖ୍ୟାର ଏମାନେ ହେଉଛନ୍ତି ୨.୦୬% ।