June 26, 2025 7:24 pm

୧ କୋଟି ବୀମାରାଶି ଲୋଭରେ ଚେହେରା ସହିତ ମେଳ ଖାଉଥିବା ବ୍ୟକ୍ତିଙ୍କୁ ହତ୍ୟା କରି ‘ଜିମ୍‌ ଟ୍ରେନର୍‌’ ଗିରଫ

ଚେନ୍ନାଇ: ବୀମା ଅର୍ଥ ପାଇବା ଲାଗି ନିଜ ଚେହେରା ସହିତ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ନିଜର ମୃତ୍ୟୁ ଘଟିଛି ବୋଲି ଦର୍ଶାଇ ଥିବା ସନ୍ଦେହରେ ଜଣେ ‘ଜିମ୍‌ ଟ୍ରେନର୍‌’ଙ୍କୁ ଗିରଫ କରାଯାଇଥିବା କଥା ଚେନ୍ନାଇ ପୁଲିସ କହିଛି।

ଏହି ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସନ୍ଦେହରେ ‘ଜିମ୍‌ ଟ୍ରେନର୍‌’ଙ୍କର ଆଉ ୨ଜଣ ବନ୍ଧୁଙ୍କୁ ମଧ୍ୟ ଗିରଫ କରାଯାଇଛି।

ପୁଲିସ କହିଛି, ୨୦୨୩ ସେପ୍ଟେମ୍ବରରେ ଆୟନାନାବରମ୍‌ସ୍ଥିତ ୩୮ ବର୍ଷିୟ ‘ଜିମ୍‌ ଟ୍ରେନର୍‌’ ସୁରେଶ ମିଛରେ ନିଜକୁ ମୃତ ଘୋଷଣା କରି ପରିବାର ଲୋକଙ୍କଦ୍ବାରା ୧ କୋଟି ଟଙ୍କା ବୀମା ରାଶି ହାସଲ କରିବାକୁ ଏଭଳି ଯୋଜନା କରିଥିଲେ। କିନ୍ତୁ, ଏହି ମାମଲାରେ ପୁଲିସ ଆତ୍ମହତ୍ୟା ମାମଲା ପଞ୍ଜିକୃତ କରିବାରୁ ବୀମା କମ୍ପାନି ଅର୍ଥ ଦେବାକୁ ମନା କରିଦେବାରୁ ସୁରେଶଙ୍କ ଯୋଜନା ବିଫଳ ହୋଇଗଲା।

ତଦନ୍ତରୁ ପ୍ରାପ୍ତ ତଥ୍ୟାବଳି ଅନୁସାରେ, ସୁରେଶ ଓ ତାଙ୍କର ଦୁଇ ବନ୍ଧୁ, ସୁରେଶଙ୍କ ଚେହେରା ସହିତ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କର ସନ୍ଧାନ ନେଲେ। ବହୁ ବିଚାର ଆଲୋଚନା ପରେ ଆଗରୁ ସୁରେଶଙ୍କ ଘରେ ଭଡ଼ା ଦେଇ ରହୁଥିବା ଦିଲ୍ଲିବାବୁ ନାମରେ ଜଣେ ବ୍ୟକ୍ତିଙ୍କୁ ସେମାନେ ବାଛିଲେ। ଦିଲ୍ଲିବାବୁଙ୍କ ଚେହେରା ସୁରେଶଙ୍କ ଚେହେରା ସହିତ ପ୍ରାୟ ମିଶିଯାଉଥିଲା।