ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ଆଜି ଲୋକାର୍ପିତ ହୋଇଛି। ୨୭୨୩ କୋଟି ଟଙ୍କା ବ୍ୟରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। । ଏତଦବ୍ୟତୀତ ସେ ଜିଲ୍ଲାରେ ୩୦୫ କୋଟିର ୬୯ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ନବୀନ କହିଥିଲେ, ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲାରୁ ମୋର ପ୍ରଥମ ଜିଲ୍ଲା ଗସ୍ତ ଆରମ୍ଭ ହେଲା। ଆଜିର ଦିନ ସ୍ବପ୍ନର ସାକାରର ସ୍ବତନ୍ତ୍ର ଦିନ। ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପ ଉଦଘାଟନ କରି ବହୁତ ଖୁସି ବୋଲି ନବୀନ କହିଛନ୍ତି। ଲୋୟର ସୁକତେଲ ବଲାଙ୍ଗୀରର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବ। ପ୍ରକଳ୍ପ ଦ୍ବାରା ୧ଲକ୍ଷ ଏକର ଜମିକୁ ପାଣି ମିଳିବ।
୫ଟି ମାଧ୍ୟମରେ କାମରେ ଦ୍ରୁତଗତି ଆସିଛି। ରାଜ୍ୟରେ ଜଳସେଚନ ବୃଦ୍ଧି ପାଇଛି। ୩.୬୪ ଲକ୍ଷ ଏକର ଜମିକୁ ଜଳସେଚିତ କରାଯାଇଛି। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୯ ଗାଁର ଲୋକମାନେ ବହୁ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ମନେରହିବ ବୋଲି ନବୀନ କହିଛନ୍ତି। ଏହାଛଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି, ପର୍ଯ୍ୟଟନ, ସଂସ୍କୃତି, ଶିକ୍ଷାର ଉନ୍ନତି ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି। ଅଗଷ୍ଟ ମାସରେ ୫ଟି ଅଧ୍ୟକ୍ଷଙ୍କ ଲୋକଙ୍କ ପାଖକୁ ଆସି ଲୋକଙ୍କ ସମସ୍ୟା ବୁଝିଥିଲେ। ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସରକାର କାମ କରୁଛନ୍ତି ବୋଲି ନବୀନ କହିଛନ୍ତି। ଜିଲ୍ଲାର ହରିଶଙ୍କର ପୀଠ ସହ ଅନ୍ୟାନ୍ୟ ମଠ ମନ୍ଦିରର ବିକାଶ କାମ ଚାଲିଛି। ସବୁ କ୍ଷେତ୍ରରେ ରୂପାନ୍ତରଣ ନୂଆ ଯୁଗ ଆସିବ। ସମସ୍ତଙ୍କ ସହଯୋଗରେ ବଲାଙ୍ଗୀର ଓଡ଼ିଶାର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୧ ନଭେମ୍ବର ୨୪ ତାରିଖ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ବିସ୍ଥାପନକୁ ନେଇ ବ୍ୟାପକ ଆନ୍ଦୋଳନ ଯୋଗୁଁ ଏହାର ନିର୍ମାଣ ବିଳମ୍ବ ହେବା ସହ ପ୍ରକଳ୍ପ ବ୍ୟୟ ଅଟକଳ ମଧ୍ୟ ବୃଦ୍ଧି ପାଇଥିଲା। ଏହି ପ୍ରକଳ୍ପ ନିର୍ମାଣ ଅଦ୍ୟାବଧି ସଂପୂର୍ଣ୍ଣ ହୋଇନଥିଲେ ମଧ୍ୟ ଜଳଭଣ୍ଡାର, ସ୍ପିଲ୍ୱେ କାମ ସଂପୂର୍ଣ୍ଣ ହୋଇଛି। ଏହି ଜଳଭଣ୍ଡାରରୁ ଭୂତଳ ପାଇପ ଲାଇନ ଯୋଗେ କେନାଲ ଖୋଳାଯାଇ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଥିବା ବେଳେ ଉଭୟ ବାମ ଓ ଦକ୍ଷିଣ କେନାଲ ପାଇପ ଲାଇନ କାମ ଓ ପମ୍ପହାଉସ କାମର ନିର୍ମାଣ ଆରମ୍ଭ ହୋଇଛି। ୧୭୭ ମିଟର ସ୍ପିଲ୍ୱେ, ୧୪୧୦ ମିଟର ଲମ୍ବ ମାଟିବନ୍ଧ ଥିବା ଏହି ପ୍ରକଳ୍ପରେ ୧୨ଟି ଜଳ ନିଷ୍କାସନ ଗେଟ୍ ରହିଛି। ଏହି ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଜିଲ୍ଲାର ୨୯ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୫ଟି ଗାଁ ସଂପୂର୍ଣ୍ଣ ଓ ୧୪ଟି ଗାଁ ଆଂଶିକ ବୁଡ଼ିଛି। ଏହି ଗ୍ରାମ ଗୁଡ଼ିକର ୩ ହଜାର ପରିବାର ବିସ୍ଥାପିତ ହୋଇଛନ୍ତି। ୫୩୦୦ କୋଟି ଟଙ୍କା ବ୍ୟୟ ହୋଇଥିବା ଏହି ପ୍ରକଳ୍ପ ଯୋଗୁଁ ପ୍ରାୟ ୪୦ ହଜାର କେକ୍ଟର ଜମି ଜଳସେଚିତ ହୋଇ ପାରିବ ବୋଲି ଯୋଜନା ରହିଛି।
୫ଟି ମାଧ୍ୟମରେ କାମରେ ଦ୍ରୁତଗତି ଆସିଛି। ରାଜ୍ୟରେ ଜଳସେଚନ ବୃଦ୍ଧି ପାଇଛି। ୩.୬୪ ଲକ୍ଷ ଏକର ଜମିକୁ ଜଳସେଚିତ କରାଯାଇଛି। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୯ ଗାଁର ଲୋକମାନେ ବହୁ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ମନେରହିବ ବୋଲି ନବୀନ କହିଛନ୍ତି। ଏହାଛଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି, ପର୍ଯ୍ୟଟନ, ସଂସ୍କୃତି, ଶିକ୍ଷାର ଉନ୍ନତି ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି। ଅଗଷ୍ଟ ମାସରେ ୫ଟି ଅଧ୍ୟକ୍ଷଙ୍କ ଲୋକଙ୍କ ପାଖକୁ ଆସି ଲୋକଙ୍କ ସମସ୍ୟା ବୁଝିଥିଲେ। ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସରକାର କାମ କରୁଛନ୍ତି ବୋଲି ନବୀନ କହିଛନ୍ତି। ଜିଲ୍ଲାର ହରିଶଙ୍କର ପୀଠ ସହ ଅନ୍ୟାନ୍ୟ ମଠ ମନ୍ଦିରର ବିକାଶ କାମ ଚାଲିଛି। ସବୁ କ୍ଷେତ୍ରରେ ରୂପାନ୍ତରଣ ନୂଆ ଯୁଗ ଆସିବ। ସମସ୍ତଙ୍କ ସହଯୋଗରେ ବଲାଙ୍ଗୀର ଓଡ଼ିଶାର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୧ ନଭେମ୍ବର ୨୪ ତାରିଖ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ବିସ୍ଥାପନକୁ ନେଇ ବ୍ୟାପକ ଆନ୍ଦୋଳନ ଯୋଗୁଁ ଏହାର ନିର୍ମାଣ ବିଳମ୍ବ ହେବା ସହ ପ୍ରକଳ୍ପ ବ୍ୟୟ ଅଟକଳ ମଧ୍ୟ ବୃଦ୍ଧି ପାଇଥିଲା। ଏହି ପ୍ରକଳ୍ପ ନିର୍ମାଣ ଅଦ୍ୟାବଧି ସଂପୂର୍ଣ୍ଣ ହୋଇନଥିଲେ ମଧ୍ୟ ଜଳଭଣ୍ଡାର, ସ୍ପିଲ୍ୱେ କାମ ସଂପୂର୍ଣ୍ଣ ହୋଇଛି। ଏହି ଜଳଭଣ୍ଡାରରୁ ଭୂତଳ ପାଇପ ଲାଇନ ଯୋଗେ କେନାଲ ଖୋଳାଯାଇ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଥିବା ବେଳେ ଉଭୟ ବାମ ଓ ଦକ୍ଷିଣ କେନାଲ ପାଇପ ଲାଇନ କାମ ଓ ପମ୍ପହାଉସ କାମର ନିର୍ମାଣ ଆରମ୍ଭ ହୋଇଛି। ୧୭୭ ମିଟର ସ୍ପିଲ୍ୱେ, ୧୪୧୦ ମିଟର ଲମ୍ବ ମାଟିବନ୍ଧ ଥିବା ଏହି ପ୍ରକଳ୍ପରେ ୧୨ଟି ଜଳ ନିଷ୍କାସନ ଗେଟ୍ ରହିଛି। ଏହି ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଜିଲ୍ଲାର ୨୯ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୫ଟି ଗାଁ ସଂପୂର୍ଣ୍ଣ ଓ ୧୪ଟି ଗାଁ ଆଂଶିକ ବୁଡ଼ିଛି। ଏହି ଗ୍ରାମ ଗୁଡ଼ିକର ୩ ହଜାର ପରିବାର ବିସ୍ଥାପିତ ହୋଇଛନ୍ତି। ଏଥିଲାଗି ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍, ଉନ୍ନୟନ କମିସନର୍ ଅନୁ ଗର୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବିଧାୟକ ନରସିଂହ ମିଶ୍ର, ମୁକେଶ ମହାଲିଙ୍ଗ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।