ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ ଯିବା ସହ ସେଥିରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ କାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରି ନଥିଲା। ଫଳରେ ବିମାନରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଦୁର୍ଘଟଣା ଓ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ପେରୁର ଏକ ଘରୋଇ ବିମାନ ଚଳାଚଳ ସଂସ୍ଥା ‘ଏରୋଡିଆନା’ ଦ୍ୱାରା ପରିଚାଳିତ ହେଉଥିଲା ଏବଂ ଏହା ନିକଟସ୍ଥ ଇକା ସହରରୁ ଉଡ଼ାଣ ଭରିଥିଲା।

Leave a Comment