ଭୁବନେଶ୍ଵର: ଓଡ଼ିଶାର କଟକ ଗ୍ରୁପ ଏନ.ସି.ସିର ଗ୍ରୁପ କମାଣ୍ଡର ତଥା ମୁଖ୍ୟ ଚୟନକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ୱରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ କାମ୍ପସ୍ ପରିସରରେ ଉଦଯାପିତ ହୋଇଯାଇଅଛି । ଦୀର୍ଘ ୫୦ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଥିବା ଏହି ଶିବିରରେ କ୍ୟାଡେଟ ମାନଙ୍କୁ ଡ୍ରିଲ, ଘୋଡ଼ା ଚଢ଼ାର କୌଶଳ, ଜାତୀୟ ସଂହତି ଶିକ୍ଷା, ପତାକା ସ୍ଥାନ ପ୍ରସ୍ତୁତି ଭଳି ବିଭିନ୍ନ ଶାରୀରିକ ତଥା ବୌଦ୍ଧିକ ଶିକ୍ଷାର ତାଲିମ ପ୍ରଦାନ କରାଯାଇଥିଲା।

ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଏକତା ଓ ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ ନିଜକୁ ଦେଶ ସେବାରେ ସମର୍ପିତ କରିବାପାଇଁ ଅଭିମନ୍ତ୍ରିତ କରଯାଇଥିଲା।
ଏହି ଶିବିରରେ କ୍ୟାଡେଟ୍ ମାନଙ୍କୁ ସାମରିକ ଶିକ୍ଷା, ବ୍ୟକ୍ତିତ୍ବ ବିକାଶ ପ୍ରଶିକ୍ଷଣ, ଭାଷା ବିନିମୟ ଶିକ୍ଷା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଗ୍ରୁପ କମାଣ୍ଡର କର୍ଣ୍ଣେଲ ସ୍ଵାଇଁ କ୍ୟାଡେଟ୍ ମାନଙ୍କର ଉଚ୍ଚ ଅଭିଳାଷା, ଧୈଯ୍ୟ ଶକ୍ତି, ପରିଶ୍ରମ ଓ ଦେଶ ମାତୃକାର ପ୍ରତି ପ୍ରତିଶ୍ରୁତିବଦ୍ଧତା ଗୁଣକୁ ପ୍ରଶଂସା କରିବା ସହିତ ଏକ ସୁନ୍ଦର ଓ ସଫଳ ଭବିଷ୍ୟତ ଗଢି ତୋଳିବାପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।