June 27, 2025 4:36 am

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳିକାଟୁ ଗସ୍ତ

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳିକାଟୁ ଗସ୍ତ
  • ପ୍ରଭାତ କୁମାର ମହାରଣା

ହିଞ୍ଜିଳିକାଟୁ : ଗଞ୍ଜାମ ଗସ୍ତରେ ଆସି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ହିଞ୍ଜିଳିକାଟୁ ପୌରପରିଷଦ ଅଧିନ ମିନି ଷ୍ଟାଡିୟମ ଠାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୂଆ-ଓ ମେଗା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ହିଞ୍ଜିଳିକାଟୁ ବ୍ଳକ, ଶେରଗଡ଼ ବ୍ଳକ ଓ ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୧୦ହଜାର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

୫- ଟି ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ତୁମେ ହିଁ ଦେଶର ଭବିଷ୍ୟତ। ତେଣୁ ପାଠପଢ଼ା ଭଳି କ୍ରୀଡ଼ା, ନୃତ୍ୟ, ସଙ୍ଗୀତ ଓ ସାମାଜିକ ସଚେତନତାକୁ ମଧ୍ୟ ଗୁରୁତ୍ଵ ଦେବାକୁ ପଡ଼ିବ।
ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ପାଣ୍ଡିଆନ ପ୍ରଥମେ ଅପରାହ୍ନ ସାଢେ ଦୁଇଟା ସମୟରେ ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ପଡ଼ିଆ ହେଲିପ୍ୟାଡ ଠାରେ ପହଞ୍ଚିଥିଲେ।

ସେଠାରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଦକ୍ଷିଣାଞ୍ଚଳ ରେଞ୍ଜ ପୋଲିସ୍ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ ଜେନା , କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା , ହିଞ୍ଜିଳିକାଟୁ ପୈାର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର , ଗ୍ରିଡ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ସମ୍ପାଦକ ଶିବରାମ ଗୈାଢ , ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ପ୍ୟାରି ମୋହନ ପାଢ଼ୀ , ପ୍ରଭାତ କୁମାର ମହାରଣା , ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଛାତ୍ର ସାଧାରଣ ସମ୍ପାଦକ କେଶବ ମହାରଣା , ଛାତ୍ର ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ, କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ସମେତ ବହୁ ବିଜେଡ଼ି ନେତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ସେଠାରୁ ସେ ପୋଚିଳିମା ସ୍ଥିତ ଖାମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ମାର୍ଟ କ୍ଲାସ ରୂପାନ୍ତରଣ ଦେଖିବା ସହିତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ୫-ଟି ଅଧ୍ୟକ୍ଷ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ଠାରେ ନୂଆ – ଓ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।ଏହି ଅବସରରେ ବିଭିନ୍ନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା