June 5, 2026 5:02 am

ବିବାଦରେ ୱିପ୍ରୋ, ଧର୍ମାନ୍ତୀକରଣ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

ପୁଣେ: ପୁଣେରେ ଥିବା ଆଇଟି କମ୍ପାନୀ ୱିପ୍ରୋ ବିରୋଧରେ ଜଣେ ପୂର୍ବତନ ମହିଳା କର୍ମଚାରୀ ଏପରି ଅଭିଯୋଗ ଆଣିଛନ୍ତି । ପୁଣେରେ ଘଟିଥିବା ଧର୍ମ ପରିବର୍ତ୍ତନ ଏବଂ ନିର୍ଯାତନା ମାମଲାର ତଦନ୍ତ ନାସିକର ସାମ୍ପ୍ରତିକ TCS ମାମଲା ପରି କରାଯିବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି । ପୁଣେର ହିଞ୍ଜେୱାଡି ଅଞ୍ଚଳରେ ୱିପ୍ରୋରେ କାମ କରୁଥିବା ଜଣେ ପୂର୍ବତନ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଧାର୍ମିକ ନିର୍ଯାତନା ଦିଆଯାଇଥିଲା … Read more

ଗିରଫ ହେଲେ ଆୟକର ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି CBI। ଗିରଫ ହୋଇଥିବା ଅଧିକାରୀ ହେଲେ ରମେଶ କୁମାର ମହାନ୍ତି। ଜଣେ ସାଧାରଣ ନାଗରିକଙ୍କ କାମ କରାଇଦେବା ନାଁରେ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ପରେ CBI ଚଢ଼ାଉ କରିଥିଲା। ସୂଚନା ମୁତାବକ, ଅଭିଯୋଗକାରୀଙ୍କ ନାମରେ ଏକ ଡୁପ୍ଲିକେଟ୍ PAN କାର୍ଡ ପଞ୍ଜିକୃତ ହୋଇଥିବାରୁ ସେ ଏହାକୁ ବାତିଲ କରିବା ପାଇଁ ଆୟକର ବିଭାଗ ସହ ଯୋଗାଯୋଗ କରିଥିଲେ। ମାତ୍ର … Read more

ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଆକୁଳ ନିବେଦନ

ଭୁବନେଶ୍ୱର: ସୁଦୂର ଥାଇଲାଣ୍ଡକୁ ଦାଦନ ଖଟିବାକୁ ଯାଇ ସେଠାରେ ବନ୍ଧକ ଅବସ୍ଥାରେ ଫସି ରହିଛନ୍ତି ଓଡ଼ିଶାର ଚାରିଜଣ ଶ୍ରମିକ। ଦୀର୍ଘ ଚାରି ମାସ ହେବ ସେମାନଙ୍କୁ ଦରମା ମିଳିନଥିବା ବେଳେ ବର୍ତ୍ତମାନ ସେମାନଙ୍କ ଦିନ ଭୋକ ଉପବାସରେ କଟୁଛି। ସେମାନଙ୍କ ପାଖରେ ପାସପୋର୍ଟ ମଧ୍ୟ ନାହିଁ। ନିଜକୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ପାଇଁ ସେମାନେ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି।ସୂଚନା ଅନୁଯାୟୀ, କମ୍ପାନୀ ମାଲିକ ସେମାନଙ୍କ ପାସପୋର୍ଟ ଛଡ଼ାଇ ନେଇଥିବା ବେଳେ ଗତ … Read more

ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେଲେ ଅଫିସରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିବ। ଏସବୁ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ପ୍ରମାଣପତ୍ରଗୁଡ଼ିକ ମିଳିବାରେ ବିଳମ୍ବ ଯୋଗୁ ଯେପରି କୌଣସି ବି ପିଲା ଶିକ୍ଷାନୁଷ୍ଠାନରେ ନାମଲେଖାରୁ ବଂଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ରାଜସ୍ୱ ସଚିବ ଡଃ ଅରବିନ୍ଦ ପାଢ଼ୀ।ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲରେ ଆବେଦନକାରୀଙ୍କ … Read more

ଦିଲ୍ଲୀ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ୨୧ ଜଣଙ୍କ ମୁତ୍ୟୁ : ମାଲିକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମାଲବ୍ୟ ନଗର ହୋଟେଲରେ ଅଗ୍ନିକାଣ୍ଡରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ପ୍ରାଣ ହରେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୧୨ ଜଣ ବିଦେଶୀ ନାଗରିକ ଅଛନ୍ତି l ଘଟଣା ପରେ ପୋଲିସ ଓ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ହୋଟେଲ ମାଲିକ ଲଭକେସ ବଜାଜଙ୍କୁ ପୋଲିସ ଅଟକ କରିଛି। ଏହା ପୂର୍ବରୁ ପୋଲିସ ବଜାଜ ଓ ତାଙ୍କ ପତ୍ନୀଙ୍କ ଲାଗି ଲୁକଆଉଟ୍ ସର୍କୁଲାର ଜାରି କରିଥିଲା, ଯେପରି ସେମାନେ … Read more

ସମ୍‌ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ମେ ୩୦ ତାରିଖ ଦିନ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ ହୋଇଯାଇଛି ।ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ର ବିଷୟବସ୍ତୁ ରହିଥିଲା \”ଜରୁରୀକାଳୀନ ଚିକିତ୍ସକ ଓ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା ।’ ଏହି ବିଷୟବସ୍ତୁ କାର୍ଯ୍ୟକ୍ଷେତ୍ରରେ ହିଂସା, ଭିଡ଼, ଜରୁରୀ ବିଭାଗରେ ଆତଙ୍କ, କର୍ମଚାରୀ ଅଭାବ, … Read more