June 3, 2026 2:59 pm

ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ NHRC ଟିମ୍

ଭୁବନେଶ୍ୱର:ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ NHRC ଟିମ୍ । ଦୁଇ ଜଣିଆ NHRC ଟି ଅଛନ୍ତି ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା … Read more

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର:ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର ଠାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହା ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିଭଳି ଜୁନ୍ ୧୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଜୁନ୍ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ।ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର୍‌ … Read more

କଟକ ପ୍ରେସ ଛକରେ ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ

କଟକ: ପ୍ରେସ ଛକ ମାଛ ମାର୍କେଟ ଓ ଏହା ନିକଟସ୍ଥ ବିଲଡିଂରେ ଲାଗିଥିବା ନିଆଁକୁ ୯ ଘଣ୍ଟା ପରେ ସଂପୂର୍ଣ୍ଣ ଆୟତ କରିଛନ୍ତି ଅଗ୍ନିଶମ ବାହିନୀ। ୧୩ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତା ସହିତ ଅତ୍ୟାଧୁନିକ ରୋବୋଟିକ ମେସିନର ସହାୟତା ନିଆଯାଇଥିଲା। ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ ପ୍ରଥମେ ମାଛ ମାର୍କେଟରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ ପୂରା ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି। କେଉଁ … Read more

ଗୁଜରାଟକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ଆଇପିଏଲ୍ ଚାମ୍ପିଅନ୍ ହେଲା RCB

ଅହମ୍ମଦାବାଦ: ଆଇପିଏଲ୍ ୨୦୨୬ର ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। RCBଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ।RCBଅଧିନାୟକ ରଜତ ପଟିଦାର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜରାଟ ବ୍ୟାଟିଂ ଆରମ୍ଭ କରିଥିଲା।ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ RCB ଗୁଜରାଟ ଟାଇଟାନ୍ସକୁ ମୋଟ ୧୫୫ ରନରେ ସୀମିତ ରଖିଥିଲା। ଟାର୍ଗେଟର ପିଛା କରୁଥିବା ସମୟରେ ବିରାଟ କୋହଲି ୭୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ।୧୫୬ … Read more

କେଦାରନାଥ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ କଲେ ସ୍ଥାନୀୟ ପ୍ରଶାସନ

ଡେରାଡୁନ: ଗତ କିଛି ଦିନ ଧରି ଦେବଭୂମି ଉତ୍ତରାଖଣ୍ଡରେ ପାଗ ପରିବର୍ତ୍ତନ ହୋଇଛି । ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ତୀର୍ଥଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ, ସ୍ଥାନୀୟ ପ୍ରଶାସନ କେଦାରନାଥ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି, ଯାହା ଫଳରେ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଛି । ଉତ୍ତରାଖଣ୍ଡରେ ବର୍ଷା ପାଇଁ ପାଣିପାଗ ବିଭାଗ ଏକ … Read more