କିଟ୍‍ ଦ୍ୱାରା ବିକଶିତ ବନ୍ୟପ୍ରାଣୀ ମନିଟରିଂ ଡିଭାଇସ୍‍ ଡିଜାଇନକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର:ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, “ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍‍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ଶୀର୍ଷକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବା ବେଳେ ଗବେଷଣା-ଆଧାରିତ ପରିବେଶ ସୁରକ୍ଷା ପଦକ୍ଷେପରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ।କିଟ୍‍ ଲ୍ୟାବ୍‍ରେ ବିକଶିତ ଏହି ପ୍ରଯୁକ୍ତିର ଉଦ୍ଦେଶ୍ୟ ହେଉଛି ସେନ୍ସର-ଆଧାରିତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବନ୍ୟପ୍ରାଣୀ ତଦାରଖ ଏବଂ ଜୈବ ବିବିଧତା … Read more

ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଦୁଧିଆନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ଗାଁକୁ ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଗ୍ରାମବାସୀ l ଖବର ପାଇ କଂସର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସୂଚନା ଅନୁଯାୟୀ କାଳବୈଶାଖୀ ଯୋଗୁଁ ୪ ଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବାବେଳେ ୩ ଜଣ କର୍ମଚାରୀଙ୍କୁ … Read more

ସିବିଏସଇ ଉତ୍ତର ଖାତା ବିବାଦ: ଉତ୍ତରଦାୟିତ୍ୱ ମୁଣ୍ଡକୁ ନେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ସିବିଏସ୍‌ଇର ଅନ ସ୍କ୍ରିନ ମାର୍କିଂ ସିଷ୍ଟମକୁ ନେଇ ଦେଶରେ ଚାଲିଥିବା ବିବାଦ ଘଟଣାରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ସିବିଏସ୍‌ଇ ଉତ୍ତର ଖାତା ସୃଷ୍ଟି ହୋଇଥିବା ବିବାଦର ଉତ୍ତର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି। ଏଥିସହ ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଯଦି ଅନିୟମିତତା ହୋଇଥିବା ଜଣାପଡ଼ିବ, ତା’ହେଲେ କାହାକୁ ବି ଛଡ଼ା ଯିବ ନାହିଁ। ଶ୍ରୀ ପ୍ରଧାନ କହିଛନ୍ତି, “ମୁଁ ସବୁ ବିବାଦର … Read more

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରୁ ଶ୍ରୀକ୍ଷେତ୍ର ପୁରୀ କୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଦିନ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା I ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ … Read more

କ୍ରିସ୍ ଗେଲଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସ ଦଳର ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ଛକା ମାରି କ୍ରିସ୍ ଗେଲଙ୍କ ୧୪ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ ଆଇପିଏଲ୍ ସିଜିନରେ ସର୍ବାଧିକ ଛକା ମାରି କ୍ରିସ୍ ଗେଲଙ୍କ ରେକର୍ଡକୁ ଭାଙ୍ଗି ବୈଭବ ଏବେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।ଆଇପିଏଲ୍ ୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ‘ଏଲିମିନେଟର’ ମ୍ୟାଚରେ ବୈଭବ ଏହି ଅସାଧାରଣ ସଫଳତା ହାସଲ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପ୍ରବେଶ କରିବା ପୂର୍ବରୁ ତାଙ୍କ … Read more

ରେଡ କରି ଫେରିବା ବେଳେ ଇଡି ଉପରେ ଆକ୍ରମଣ

କେରଳମ:ବୁଧବାର ଦିନ କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ତାଙ୍କ ଝିଅଙ୍କ ଠିକଣାରେ ରେଡ କରିଥିବା ଇଡି ଟିମ ଉପରେ ଆକ୍ରମଣ ହୋଇଛି । ଇଡି ରେଡକୁ ବିରୋଧ କରି ସିପିଆଇଏମ କର୍ମୀମାନେ ଏପରି ଆକ୍ରମଣ କରିଛନ୍ତି।ଅଧିକାରୀମାନେ ଲାଞ୍ଚ କରାବାର ମାମଲାରେ ରେଡ କରି ଫେରୁଥିବା ବେଳେ ଶତାଧିକ ସିପିଆଇ(ଏମ) କର୍ମୀ ସେମାନଙ୍କ ଗାଡ଼ିକୁ ଅଟକା ପଥର ମାଡ଼ କରିଛନ୍ତି। ଏଥିଯୋଗୁ ଅଧିକାରୀମାନେ ବସିଥିବା କାରର କାଚ ସବୁ ଗୁଣ୍ଡ ହୋଇଯାଇଛି। ଏହାର ଭିଡିଓ ମଧ୍ୟ … Read more