May 14, 2026 9:55 pm

ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ। ୧୮.୫ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସାମଗ୍ରିକ ପାସ୍ ହାର ଗତ ବର୍ଷର ୮୮.୩୯ ପ୍ରତିଶତ ତୁଳନାରେ ୮୫.୨୦ ପ୍ରତିଶତକୁ ହ୍ରାସ ପାଇଛି। ଭୁବନେଶ୍ୱର ଅଞ୍ଚଳରେ ପାସ୍ ହାର ୮୧.୭୧ ପ୍ରତିଶତ ରେକର୍ଡ କରାଯାଇଛି।ସୂଚନା ଥାଉ ଯେ, ୨୦୨୬ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୭,୮୦,୩୬୫ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭,୬୮,୯୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରାର୍ଥୀଙ୍କ … Read more

ମୁଲାୟମ ସିଂହଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ପରିବାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମୁଲାୟମଙ୍କ ସାନ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସାନ ଭାଇ ପ୍ରତୀକ ଯାଦବଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ବୁଧବାର ସକାଳେ ପ୍ରତୀକଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଲକ୍ଷ୍ନୌ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି … Read more

ମେଦାନ୍ତ ହସ୍ପିଟାଲରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି ଅସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଅସୁବିଧା ଦେଖାଦେବାରୁ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆଙ୍କ ସହ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ସୂତ୍ର ଅନୁସାରେ, ସୋନିଆ ଗାନ୍ଧୀଙ୍କର ଆଖିରେ କିଛି ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା କୌଣସି ଗମ୍ଭୀର ସମସ୍ୟା ନୁହେଁ ଏବଂ … Read more

ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

ଭୁବନେଶ୍ଵର: କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା। କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଆୟୁବ ଖାଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି ପ୍ରାର୍ଥୀ ଭାବେ ଦୁଇ-ଦୁଇ ଥର ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ଆୟୁବ ଖାନ କାଉନସିଲର ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ … Read more

୧୮ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ଚଳିତମାସ ୧୮ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ। ସେ ଜଟଣୀଠାରେ ଦଳୀୟ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବା ସହ ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରି ପରିଷଦ ସଦସ୍ୟଙ୍କ ସହ ମଧ୍ୟ ସେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା … Read more

ଅଜିତ ସାହୁଙ୍କୁ ହତ୍ୟା ଘଟଣାରେ ୪ଜଣଙ୍କୁ ଗିରଫ କଲା ପୋଲିସ

ନୟାଗଡ: ଓଡଗାଁର ଅଜିତ ସାହୁଙ୍କୁ ହତ୍ୟା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଏବଂ ଗୋଟିଏ କାର୍ ଜବତ ହୋଇଛି । ପ୍ରେସମିଟ୍ କରି ଏହି ସୁଚନା ଦେଇଛନ୍ତି ଆଇଜି ସତ୍ୟଜିତ୍ ନାୟକ । ହତ୍ୟାକାଣ୍ଡର ୨୪ଘଣ୍ଟା ମଧ୍ୟରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଅତିଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ, ମାନସ ସାହୁ ଏବଂ ଶ୍ରୀଧର … Read more