May 14, 2026 11:40 pm

NEET (UG) ୨୦୨୬ ପରୀକ୍ଷା ବାତିଲ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ୩ ମଇ, ୨୦୨୬ ରେ ଅନୁଷ୍ଠିତ NEET (UG) ୨୦୨୬ ପରୀକ୍ଷାକୁ ବାତିଲ କରିଛି। ଏହା ବ୍ୟତୀତ ଭାରତ ସରକାର ଏହି ଘଟଣା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତଦନ୍ତକୁ ସହଜ କରିବା ପାଇଁ ପେପର ଲିକ୍ ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନଟିଏ ତଦନ୍ତ ସମୟରେ ବ୍ୟୁରୋକୁ ପୂର୍ଣ୍ଣ ସହଯୋଗ କରିବ ଏବଂ ତଦନ୍ତ ପାଇଁ ଆବଶ୍ୟକ … Read more

ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ଗୌହାଟୀର ଖାନାପଡ଼ା ଭେଟେନାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହିମନ୍ତଙ୍କ ସମେତ ୪ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଏହାସହ ଆସାମରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ (NDA) ନେତୃତ୍ୱାଧୀନ ସରକାର ଗଠନ ହୋଇଛି। ଏହି ସମାରୋହରେ … Read more

୧ ଜୁଲାଇ ରୁ ଦେଶରେ ଲାଗୁ ହେବ ‘ଭିବି-ଜି ରାମ ଜି’ ଆଇନ

ନୂଆଦିଲ୍ଲୀ: ଭାରତର ଗ୍ରାମୀଣ ଅର୍ଥନୀତି ଓ ବିକାଶ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର ସରକାର ମେ’ ୧୧ ତାରିଖରେ “ବିକଶିତ ଭାରତ (ଗ୍ରାମୀଣ) – ରୋଜଗାର ଏବଂ ଆଜିବୀକା ମିଶନ ପାଇଁ ଗ୍ୟାରେଣ୍ଟି (ଭିବି-ଜି ରାମ ଜି) ଆଇନ, ୨୦୨୫” କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନୂତନ ଆଇନ ୨୦୨୬ ଜୁଲାଇ ୧ ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। ଏହି ନୂଆ ଆଇନ ଲାଗୁ ହେବା ସହିତ … Read more

ଘରୋଇ ଗ୍ୟାସରେ ବଡ଼ ନିୟମ, ବନ୍ଦ ହୋଇଯିବ ସବସିଡି

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଭାରତରେ ଦେଖା ଦେଇଥିବା ଇନ୍ଧନ ଗ୍ୟାସ ସଙ୍କଟର ମୁକାବିଲା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ସରକାର ସମସ୍ତ ତୈଳ କମ୍ପାନୀ ଯଥା ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆୟକର ବିଭାଗର ତଥ୍ୟା ଆଧାରରେ ସବସିଡି ପାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅର୍ଥାତ ସେମାନଙ୍କୁ ସବସିଡି ତାଲିକାରୁ ବାଦ ଦିଆଯିବ । … Read more

ବରଗଡ଼ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ:୧୫ରୁ ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରେ ଧାନକିଣା

ଭୁବନେଶ୍ୱର: ରାଜ୍ୟରେ ରବି ଋତୁରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ସୋମବାର ବରଗଡ଼ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି । ବରଗଡ଼ରେ ସରକାରୀ ସ୍ତରରେ ଧାନ ବିକ୍ରୟ ପାଇଁ ପ୍ରାୟ ଏକ ଲକ୍ଷ ୫ ହଜାର ଚାଷୀ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯୬ ହଜାର ୩୭୭ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ସେହିପରି ଆସନ୍ତା ୧୫ ତାରିଖରେ ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରେ ଧାନ ସଂଗ୍ରହ କରାଯିବ । … Read more

ଶୁଭେନ୍ଦୁଙ୍କ ସହଯୋଗୀଙ୍କ ହତ୍ୟା ମାମଲା: ବିହାରରୁ ୩ ସାର୍ପସୁଟର ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA) ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ସଂପୃକ୍ତ ୩ ଜଣ ସାର୍ପସୁଟରଙ୍କୁ ବିହାରରୁ ଗିରଫ କରିଛି ତଦନ୍ତକାରୀ ଟିମ୍। ଏହି ଘଟଣାରେ ବିହାର ଓ ଉତ୍ତରପ୍ରଦେଶର ଅପରାଧୀଙ୍କ ସହ ସଂଗଠିତ ଲିଙ୍କ୍ ଥିବା ନେଇ ପର୍ଦ୍ଦାଫାସ ହୋଇଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଡିଜିଟାଲ୍ ଫୁଟ୍‌ପ୍ରିଣ୍ଟ ମୁଖ୍ୟ ଭୂମିକା ଗ୍ରହଣ କରିଛି। … Read more