May 14, 2026 9:02 pm

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଦୁର୍ଘଟଣା, ୩ ଶ୍ରମିକ ମୃତ

ଅନୁଗୋଳ: ଅନୁଗୁଳ ଶ୍ରୀମେଟାଲିକ କାରଖାନାରେ ଏକ ଅଘଟଣ ଘଟିଯାଇଛି । ମେସିନ୍ ସଫା କରୁଥିବା ସମୟରେ ଗ୍ୟାସ୍ ଲିକ୍ ହେବା ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ରମିକ ମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗାରିପାଲି ବ୍ଲକ ତିନିଗୁଡା ଗାଁର ଶ୍ରୀଧର ବାଗେନା (୩୭), ମଣ୍ଟୁ କୁମାର (୩୨) ଓ ରାଜଗଙ୍ଗାପୁର ସୁନା ଖଣି ଅଂଚଳର ମଙ୍ଗୁଲୁ ମାଝୀ (୪୦) । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାରଖାନାରେ ମେସିନ୍ … Read more

ବିହାର କ୍ୟାବିନେଟ୍ ସମ୍ପ୍ରସାରଣ ମେ ୭ରେ

ନୂଆଦିଲ୍ଲୀ: ବିହାରରେ ଆସନ୍ତା ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି। ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ, ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଗାନ୍ଧୀ ମଇଦାନର ସମସ୍ତ ପ୍ରବେଶ ପଥକୁ ସାଧାରଣ ଜନତାଙ୍କ ନିମନ୍ତେ ବନ୍ଦ କରିଦିଆଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ଏହି ସମ୍ପ୍ରସାରଣରେ ପ୍ରାୟ ୨୭ ଜଣ ନୂତନ … Read more

ସାଉଦି ଆରବରେ ଇରାନର ଆକ୍ରମଣ: ୩ଜଣ ଭାରତୀୟ ଆହତ

ନୂଆଦିଲ୍ଲୀ: ଆରବ ଏମିରେଟ୍ସରେ ତିନି ଜଣ ଭାରତୀୟ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଖବରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରଣାଳୟ । ସୂଚନା ଅନୁଯାୟୀ ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରି ୟୁଏଇର ଫୁଜୈରାହ ତୈଳ ଶିଳ୍ପ ଜୋନ୍‌କୁ ଟାର୍ଗେଟ କରିଛି। ଦୂତାବାସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି, ଆଜି ଫୁଜୈରାହରେ ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ପ୍ରଭାବିତ ଭାରତୀୟ ନାଗରିକଙ୍କୁ ଉପଯୁକ୍ତ ଚିକିତ୍ସା … Read more

ସରକାରୀ ଫାଇଲ ସ୍ଥାନାନ୍ତର ଉପରେ କଟକଣା ଲଗାଇଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ସରକାରୀ ଫାଇଲ ସ୍ଥାନାନ୍ତର ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ଏ ନେଇ ସମସ୍ତ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଦୁଶ୍ୟନ୍ତ ନରିଆଲା । ମୁଖ୍ୟ ଶାସନ ସଚିବ ଚିଠିରେ ତାଗିଦ କରିଛନ୍ତି ଯେ କୌଣସି ସରକାରୀ ଦସ୍ତାବିଜ କିମ୍ବା ଫାଇଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନାହିଁ । କୌଣସି ଜେରକ୍ସ କିମ୍ବା ସ୍କାନିଂ ପାଇଁ ମଧ୍ୟ ଅନୁମତି ଦିଆ ଯାଇନାହିଁ … Read more

ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଲେ ମମତା ବାନାର୍ଜୀ :ଦଳୀୟ କର୍ମୀଙ୍କୁ ଶ୍ରେୟ ଦେଲେ ମୋଦି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ଏକ ଐତିହାସିକ ବିଜୟ ହାସଲ କରିଛି। ୨୯୪ ଆସନ ବିଶିଷ୍ଟ ବଙ୍ଗଳା ବିଧାନସଭାରେ ବିଜେପି 206 ଆସନରେ ବିଜୟ ଲାଭ କରିଛି। ୧୫ ବର୍ଷ ଧରି କ୍ଷମତାରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ଭବାନୀପୁରରୁ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀ ମମତା ବାନାର୍ଜୀ ନିଜ ଆସନ ବଜାୟ ରଖିପାରିଲେ ନାହିଁ। ବଙ୍ଗଳା ବିଧାନସଭାର ବିରୋଧୀ ଦଳ ନେତା ଏବଂ ଭବାନୀପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ … Read more