May 15, 2026 3:02 am

୯ ଯାଏଁ ‘କାଳବୈଶାଖୀ’ ତାଣ୍ଡବ: ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଏବେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳୁଛି। ଅପରାହ୍ନ ହେଲେ କଳାହାଣ୍ଡିଆ ମେଘ ସାଙ୍ଗକୁ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ମେ’ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ। ଗତକାଲି କାଳବୈଶାଖୀ ପ୍ରଭାବରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ, ବର୍ଷା ଓ ପବନ ସମୟରେ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। … Read more

ଫଲଟା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାନ କେନ୍ଦ୍ରରେ ହେବ ପୁଣିଥରେ ମତଦାନ

ପଶ୍ଚିମବଙ୍ଗ:ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଫାଲତା ବିଧାନସଭା ଆସନରେ ହୋଇଥିବା ମତଦାନକୁ ରଦ୍ଦ କରିଦେଇଛନ୍ତି । ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଇଭିଏମ୍ ହେରଫେର ଓ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଗୋଟିଏ ବୁଥରେ ଇଭିଏମ୍‌ରେ ବିଜେପି ବଟନ ଉପରେ ଧଳା ଟେପ୍ ଲଗାଯାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ରଦ୍ଦ କରିବା ସହ ସାନି ଭୋଟ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି । ଆସନ୍ତା … Read more

ମହାଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର, ଲିଟର ପିଛା ୪ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଓମ୍‌ଫେଡ୍ କ୍ଷୀର ଦର ବୃଦ୍ଧି ପରେ ଖାଉଟି ଚିନ୍ତାରେ। ମହାଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର ଦର। ନିର୍ଦ୍ଧାରିତ ମୂଲ୍ୟ ଠାରୁ ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ପାଇଛି। ଏନେଇ ଓମ୍‌ଫେଡ଼ ପକ୍ଷରୁ ସ୍ଵତନ୍ତ୍ର ନୋଟିସ ଜାରି କରିବା ସହ ଏଜେଣ୍ଟମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ଓମ୍‌ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଧିତ ଦର ସୂଚୀ ଅନୁଯାୟୀ, ଟୋନଡ କ୍ଷୀର ପ୍ରତି ଲିଟର ପ୍ରତି ୪ ଟଙ୍କା ବୃଦ୍ଧି … Read more

ଆଇଇଡି ବିସ୍ଫୋରଣରେ ଚାରି ଡିଆରଜି ଯବାନ ସହିଦ

ଛତିଶଗଡ଼: କାଙ୍କେର ଏବଂ ନାରାୟଣପୁର ଜିଲ୍ଲାର ସୀମାରେ ଡିମାଇନିଂ ଅପରେସନ୍ ସମୟରେ ଏକ ଆଇଇଡି ବିସ୍ଫୋରଣରେ ତିନି ଜଣ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ଆହତ ସୈନିକଙ୍କୁ ଚିକିତ୍ସା ପାଇଁ ରାୟପୁର ଅଣାଯାଇଥିଲା, ଯେଉଁଠାରେ ତାଙ୍କର ମଧ୍ୟ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଛୋଟେବେଠିଆ ପୋଲିସ ଷ୍ଟେସନ୍ ଅଧୀନରେ ଥିବା ଏକ ଜଙ୍ଗଲ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ନକ୍ସଲମାନଙ୍କ … Read more

ଦେଶର ପ୍ରଥମ ‘ପେପରଲେସ୍’ ନ୍ୟାୟପାଳିକା ରାଜ୍ୟ ହେଲା ସିକ୍କିମ

ସିକ୍କିମ: ନିଜକୁ ଦେଶର ପ୍ରଥମ କାଗଜପତ୍ର ବିହୀନ (ପେପରଲେସ୍) ନ୍ୟାୟପାଳିକାର ଘୋଷଣା କରିଛି ସିକ୍କିମ। ଏହି ଘୋଷଣା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗ୍ୟାଙ୍ଗଟକର ଚିନ୍ତନ ଭବନରେ ଅନୁଷ୍ଠିତ ଜାତୀୟ ବୈଷୟିକ ଓ ନ୍ୟାୟିକ ଶିକ୍ଷା ସମ୍ମିଳନୀର ଉଦଘାଟନ ଅବସରରେ କରିଛନ୍ତି। ଏହି ଦୁଇ ଦିବସୀୟ ସମ୍ମିଳନୀ ସିକ୍କିମ ହାଇକୋର୍ଟଙ୍କ ଇ-କମିଟି ସହଯୋଗରେ ଆୟୋଜନ କରାଯାଇଛି, ଯେଉଁଥିରେ ଦେଶ ବିଦେଶର ବିଚାରବିଭାଗୀୟ ବିଶେଷଜ୍ଞ, ବିଚାରପତି ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ଭାଗ ନେଇଛନ୍ତି।ସିଜେଆଇ ସମ୍ବୋଧନରେ … Read more