May 14, 2026 9:58 pm

ଆପ୍ ଛାଡ଼ି ଭାଜପାରେ ମିଶିଲେ ରାଘବ ଚଢାଙ୍କ ସମେତ ୭ ସାଂସଦ

ନୂଆଦିଲ୍ଲୀ: ଦେଶର ରାଜନୈତିକ ମହଲରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦଳରୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। ରାଘବଙ୍କ ସମେତ ଆଉ ୬ ଜଣ ଏଏପି ସାଂସଦ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କ ମଧ୍ୟରେ … Read more

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଏପ୍ରିଲ ୨୭ରୁ ସ୍କୁଲ ଛୁଟି

ଭୁବନେଶ୍ବର: ପ୍ରଚଣ୍ଡଖରାରେ ଜଳୁଛି ସାରା ରାଜ୍ୟ । ଏନେଇ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୨୭ ତାରିଖରୁ ସମସ୍ତ ସ୍କୁଲ ବନ୍ଦ ରହିବ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା … Read more

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୮ ଗୁରୁତର

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କେରଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଓଭରବ୍ରିଜ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ … Read more

ଏଣିକି ମହଙ୍ଗା ହେବ ଆପାର୍ଟମେଣ୍ଟ କିଣା

ଭୁବନେଶ୍ୱର: ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ମୂଲ୍ୟ ଅନୁଯାୟୀ ୩%, ୪% ଓ ୫% ଭାବେ ତିନୋଟି ସ୍ଲାବ୍‌ରେ ଷ୍ଟାମ୍ପ ଡ୍ୟୁଟି ଲାଗୁ ହେଉଥିଲା। କିନ୍ତୁ ଏବେ ସେହି ବ୍ୟବସ୍ଥାକୁ ହଟାଇ ସମସ୍ତଙ୍କ ପାଇଁ ସିଧାସଳଖ ୫% ଷ୍ଟାମ୍ପ ଡ୍ୟୁଟି ଲାଗୁ କରାଯାଇଛି। ବୁଧବାର ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁର କରିଛି। ଏହି ନୂଆ ନିୟମ ପରେ ଆପାର୍ଟମେଣ୍ଟ କିଣିବା ଆଉ ଅଧିକ ମହଙ୍ଗା ହେବ। ପୂର୍ବରୁ ୫ ଲକ୍ଷ ପର୍ଯ୍ୟନ୍ତ ଘର କିଣିଲେ ୩% ଏବଂ ୫ରୁ … Read more

ପଶ୍ଚିମବଙ୍ଗରେ ବିଜେପି ବିଶାଳ ବିଜୟ ହାସଲ କରିବ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ମୋଦୀ କହିଛନ୍ତି, ଏଭଳି ଭୋଟିଂ ଦେଖିବା ପରେ ମୋତେ ଲାଗୁଛି ବିଜେପି ବିଶାଳ ବିଜୟ ହାସଲ କରିବ । କୃଷ୍ଣନଗର ଏବଂ ପରେ ରାଜ୍ୟର ନାଦିଆ ଜିଲ୍ଲାର ମଥୁରାପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ ବିପୁଳ ଭୋଟଦାନ ପାଇଁ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଛନ୍ତି ଯେ, ଏହି ମତଦାନ ‘ପରିବର୍ତ୍ତନ ପାଇଁ … Read more

୭ଟି ବିଭାଗର ୪୬୨୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ଚାକିରୀ କେବଳ ଏକ ଜୀବିକା ନୁହେଁ । ରାଜ୍ୟର ଜନସାଧାରଣଙ୍କ ସେବା କରିବା ପାଇଁ ଏକ ଅନନ୍ୟ ସୁଯୋଗ । କାର୍ଯ୍ୟ ସମ୍ପାଦନରେ ବୈଚାରିକ ମତ ପ୍ରତିବନ୍ଧକ ନ ହେଉ । ସରକାରଙ୍କ ଆଭିମୁଖ୍ୟ ହିସାବରେ କାମ କର । ୧୫ ତମ ନିଯୁକ୍ତି ମେଳାରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି । ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ୫ ପରାମର୍ଶ ଦେଇଛନ୍ତି ।କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ … Read more

କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ମିଳିଲା ଅଚ୍ୟୁତ ସାମନ୍ତଙ୍କୁ

ଭୁବନେଶ୍ୱର: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡର ୭୫ତମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୭୧ ତମ ସମ୍ମାନସୂଚକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ରାଜ୍ୟ ଉଚ୍ଚଶିକ୍ଷା … Read more