May 15, 2026 12:44 am

ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରେ ୮୯.୯୩ % ଓ ତାମିଲନାଡୁରେ ୮୨.୨୪% ମତଦାନ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ୧୬ଟି ଜିଲ୍ଲାର ୧୫୨ଟି ଆସନରେ ଆଜି ଭୋଟଗ୍ରହଣ ଜୋରଦାର ଭାବରେ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟ ପଡ଼ିଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ଏକମାତ୍ର ପର୍ଯ୍ୟାୟରେ ଭୋଟ ହେଉଥିବା ତାମିଲନାଡୁରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୮୨.୨୪ ପ୍ରତିଶତ ଭୋଟ ପଡ଼ିଛି। ପୂର୍ବତନ ନିର୍ବାଚନରେ ଏହି ହାର ୭୨ ପ୍ରତିଶତ ଥିଲା ବୋଲି ସୂଚନା ମିଳିଛି। ଏହିଥର ପ୍ରାୟ ୯୫ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ … Read more

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା ରଦ୍ଦ ପାଇଁ ଆବେଦନ କଲେ ପ୍ରଭାତ ବିଶ୍ୱାଳଙ୍କ

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାକୁ ରଦ୍ଦ କରିବା ଲାଗି,ସାନି ଆବେଦନ କରିଛନ୍ତି । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସିବିଆଇ କୋର୍ଟରେ ମାମଲାର ଶୁଣାଣି ଏକ ବର୍ଷ ଭିତରେ ସରିବା କଥା । କିନ୍ତୁ ୨ ବର୍ଷ ବିତଯାଇଥିଲେ ବି ଏହା ସମାପ୍ତ ହୋଇ ନାହିଁ । ଏହା ପ୍ରମାଣିତ କରୁଛି ଯେ, ତାଙ୍କ ବିରୁଦ୍ଧରେ ସେଭଳି ଠୋସ୍ ପ୍ରମାଣ ନାହିଁ ବା ତଦନ୍ତକାରୀ ସଂସ୍ଥା ଅଭିଯୋଗକୁ ପ୍ରମାଣିତ … Read more

ମୁର୍ଶିଦାବାଦରେ ମତଦାନ ବେଳେ ଭୟଙ୍କର ଗଣ୍ଡଗୋଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୁର୍ଶିଦାବାଦରେ ଭୟଙ୍କର ଗଣ୍ଡଗୋଳ ଦେଖାଦେଇଛି। ଆଜି ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି। ମୁର୍ଶିଦାବାଦର ଏକ ମତଦାନ କେନ୍ଦ୍ର ନିକଟରେ ତୃଣମୂଳ କଂଗ୍ରେସ (TMC) କର୍ମୀ ଏବଂ ଦଳ ଛାଡ଼ିଥିବା ନେତା ହୁମାୟୁନ କବୀରଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷ ମୁହାଁମୁହିଁ ହେବା ଫଳରେ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି … Read more

ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗରେ ୪ ସିନିୟରଙ୍କୁ ଆର୍ଥିକ ଦଣ୍ଡ

ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ପରିସରରେ ରାଗିଂ ଅଭିଯୋଗ ହୋଇଛି। ଜୋତା ଏବଂ ସାର୍ଟ ପିନ୍ଧିବାକୁ ନେଇ ଦୁଇ ଜଣ ପ୍ରଥମ ବର୍ଷର ଛାତ୍ରଙ୍କୁ ୪ ଜଣ ସିନିୟର ଛାତ୍ର ରାଗିଂ କରିଥିବା ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଆର୍ଥିକ ଦଣ୍ଡ ବିଧାନ କରିଛନ୍ତି। ଭିସୁଟ୍ କୁଳପତି ପ୍ରଫେସର ଦୀପକ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧୫ ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର … Read more

ହର୍ମୁଜ ରେ ଭାରତୀୟ ଜାହାଜକୁ ଗୁଳିମାଡ଼ କରି ଜବତ କଲା ଇରାନର ରିଭୋଲ୍ୟୁସନାରୀ ଗାର୍ଡ

ନୂଆଦିଲ୍ଲୀ: ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ ଉପରେ ଆକ୍ରମଣ କରି ଜବତ କରିଛି। ଏଥିରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା ବୋଲି ଜଣାପଡିଛି। ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା। ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ କରିବା ପରେ ୨ଟି ଜାହାଜକୁ ନିଜ ଅକ୍ତିଆରକୁ ନେଇଛି IRGC। ଇରାନର ସରକାରୀ ଟେଲିଭିଜନର ରିପୋର୍ଟ ଅନୁସାରେ, … Read more

କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୯ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୮ ଟି ବିଭାଗର ୮ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଶିଳ୍ପ,ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପୂର୍ତ୍ତ(ନିର୍ମାଣ), ବାଣିଜ୍ୟ ଓ ପରିବହନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ ଓ … Read more

କିମ୍‍ସରେ ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର: କିମ୍‍ସ ତାଙ୍କୁ ଦେଇଛି ନୂଆ ଜୀବନ। ଚିକିତ୍ସା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଓଡ଼ିଶାର କିମ୍‍ସ ହସ୍ପିଟାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛନ୍ତି ତ୍ରିଶୁଳିଆ ଅଞ୍ଚଳର ସୁଜିତ ନାୟକ। ସୁଜିତଙ୍କଠାରେ ହୋଇଥିବା ବିରଳ ଓ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇଛି। ଭାରତର ଅଳ୍ପ କେତେକ ଉଚ୍ଚସ୍ତରୀୟ ହସ୍‍ପିଟାଲରେ ସମ୍ଭବ ହେଉଥିବା ଏ ପ୍ରକାର ଅସ୍ତ୍ରୋପଚାର ଏବେ ଭୁବନେଶ୍ୱରର କିମସରେ ସମ୍ଭବ ହୋଇପାରିଛି।ସୂଚନା ଥାଉ ଯେ, କଟକ ଜିଲ୍ଲା ତ୍ରିଶୁଳିଆ … Read more