May 15, 2026 4:13 am

ଚଢ଼ାଉ ବେଳେ ୫,୩୦୮ LPG ସିଲିଣ୍ଡର ଜବତ, ୫ ଗିରଫ

ଭୁବନେଶ୍ୱର: ଓଡ଼ିଶାରେ LPG ଗ୍ୟାସ୍‌ କୁ ନେଇ ଚାଲିଥିବା କଳାବଜାରୀ ଓ ଅବୈଧ ସଂଗ୍ରହ ଉପରେ ସରକାରଙ୍କ ବଡ ଧରଣର ଚଢ଼ାଉ ଅଭିଯାନରେ ମୋଟ ୫,୩୦୮ଟି ଏଲପିଜି ସିଲିଣ୍ଡର ଜବତ ହୋଇଥିବାବେଳେ ୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଗ୍ରାହକଙ୍କ ଅଭିଯୋଗ ଓ ଗୁପ୍ତ ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏକାସାଥିରେ ଚଢ଼ାଉ କରାଯାଇଥିଲା। ଏଲପିଜି ଏଜେନ୍ସୀ, ଗୋଦାମ ଓ ସନ୍ଦେହଜନକ ସ୍ଥାନଗୁଡ଼ିକୁ ନିଶାନା କରି ଚାଲିଥିବା ଏହି ଅଭିଯାନରେ ଅନେକ … Read more

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ: ଆକାଶ ମାର୍ଗରୁ ସର୍ଭେ

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, ସମସ୍ତ ବୁଥରେ ପ୍ରିଜାଇଡିଂ ଅଧିକାରୀମାନେ ସମସ୍ତ ପ୍ରାର୍ଥୀଙ୍କ ବଟନ୍ EVMରେ ସ୍ପଷ୍ଟ ଭାବରେ ଦେଖାଯାଉଛି ନିଶ୍ଚିତ କରିବା ନେଇ ନିର୍ଦେଶ ରହିଛି । ନିର୍ବାଚନ କମିଶନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ପ୍ରାର୍ଥୀମାନେ ସେମାନଙ୍କ ଭୋଟର ଗୋପନୀୟତା ବଜାୟ ରଖିବେ ଏବଂ ବାଲଟ୍ ୟୁନିଟ୍ ବଟନ୍‌ରେ କୌଣସି ରଙ୍ଗ, କାଳି, ସୁଗନ୍ଧି କିମ୍ବା ଅନ୍ୟ … Read more

ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ରାଜସ୍ଵ ମନ୍ତ୍ରୀଙ୍କ ନିନ୍ଦା

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ, ଜନଗଣନା କାମରେ ବାଧା ସୃଷ୍ଟି କରୁଥିବା ଓ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀମାନଙ୍କୁ ଛଡ଼ାଯିବନାହିଁ। ପାତାଳରେ ଲୁଚିଲେ ବି ସେମାନଙ୍କୁ ଖୋଜି ବାହାର କରାଯିବ ଓ ଆଇନ ଅନୁଯାୟୀ କଠୋର କାର୍ଯ୍ୟବାହୀ ହେବ। ୨୦୨୬ର ହାଇଟେକ୍‌ ଜନଗଣନା ପ୍ରକ୍ରିୟା ମଧ୍ୟରେ ସରକାରୀ କର୍ମଚାରୀଙ୍କୁ ଏପରି ଆକ୍ରମଣ ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଘରେ ଘରେ ଯାଇ ତଥ୍ୟ ସଂଗ୍ରହ … Read more

ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ହତ୍ୟା

ଉତ୍ତରପ୍ରଦେଶ: ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ଏକ ନିର୍ମାଣାଧୀନ ଘରେ ଗଳା କାଟି ହତ୍ୟା କରିଛି। ତାଙ୍କର ଆଖି ମଧ୍ୟ ବାହାର କରି ଦିଆଯାଇଛି। ଅଭିଯୁକ୍ତ ମୃତଦେହକୁ ଘର ଭିତରେ ବନ୍ଦ କରି ଫେରାର ହୋଇ ଯାଇଥିଲା। ଚିଲାକୌରା ଅଞ୍ଚଳରେ ଏହି ଘଟଣାରେ ଉତ୍ତେଜିତ ହୋଇ ପରିବାର ସଦସ୍ୟମାନେ ମୃତଦେହ ବାହାର କରିବା ପୂର୍ବରୁ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଲାଇବାକୁ ଦାବି କରି ପ୍ରତିବାଦ କରିଥିଲେ। ଏହା ଦ୍ୱାରା ମୃତଦେହକୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବାହାର … Read more

ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କୁ କଡା ସମାଲୋଚନା କଲେ ଅପରାଜିତା

ସମ୍ବଲପୁର: ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କ ଭୂମିକାକୁ କଡା ସମାଲୋଚନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ମଙ୍ଗଳ ବାର ସମ୍ବଲପୁର ଗସ୍ତ ସମୟରେ କଂଗ୍ରେସକୁ କଡ଼ା ସମାଲୋଚନା କରି ସାଂସଦ କହିଛନ୍ତି ଯେ ସଂସଦରେ ଯାହା ଘଟିଲା ତାହା ସମସ୍ତେ ଜାଣନ୍ତୁ ଏବଂ ମହିଳା ଜାଣନ୍ତୁ । ୧୭ ତାରିଖ ଆମ ଦେଶର କଳାଦିବସ । ସେପ୍ଟେମ୍ବର, ୨୦୨୩ରେ ନୀରି ଶକ୍ତି ବନ୍ଦନମ ଅଧିନିୟମ ସର୍ବସମ୍ମତି କ୍ରମେ … Read more

ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ବାଇକ୍ ଚଳା ଚଳ ଉପରେ ଲାଗିଲା କଟକଣା

ପଶ୍ଚିମବଙ୍ଗ : ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ରାଜ୍ୟରେ ଦୁଇ ଚକିଆ ଯାନ ଉପରେ କଡ଼ା ନିୟମ ଲାଗୁ କରିଛନ୍ତି ନିର୍ବାଚନ କମିଶନର। ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ, ରାତି ୬ରୁ ସକାଳ ୬ ପର୍ଯ୍ୟନ୍ତ ବାଇକ୍ ଓ ସ୍କୁଟର ଚଳାଚଳ ଉପରେ ନିଷେଧ ଜାରି ହୋଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କୌଣସି ବାଇକ୍‌ରେ ପଛରେ ଯାତ୍ରୀ ବସାଇବାକୁ ମନା କରାଯାଇଛି। କେବଳ ମେଡିକାଲ ଆପାତକାଳୀନ ସ୍ଥିତି, ପରିବାରିକ … Read more