April 12, 2026 3:25 am

ଓଡ଼ିଶାରେ ପୁରୁଣା ବାହାନ ଉପରେ କଡ଼ା ନିୟମ

ଭୁବନେଶ୍ୱର: ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଗୁଡ଼ିକର ଓଡ଼ିଶା ମଧ୍ୟକୁ … Read more

ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ

ଭୁବନେଶ୍ୱର: ଓଡ଼ିଆରେ ଶପଥ ନେଲେ ୩ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର । ଆଉ ଜଣେ ସାଂସଦ ଅର୍ଥାତ୍ ସୁଜିତ କୁମାର ଶପଥ ନେଇନାହାଁନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଓଡ଼ିଶାରୁ ନବନିର୍ବାଚିତ ୩ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସାଂସଦମାନେ ବି ଶପଥ ନେଇଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ … Read more

୪୭ତମ ପ୍ରତିଷ୍ଠା ଦିବସରେ ବିଜେପିର ଶକ୍ତି ପ୍ରଦର୍ଶନ; “ଆଗ ଦେଶ, ପରେ ପାର୍ଟି”

ଭୁବନେଶ୍ୱର: ଆଜି ବିଜେପି ଦଳର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ବିଜୟ ପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ସେ କହିଥିଲେ, ବିଜେପି ସର୍ବଦା ‘ଆଗ ଦେଶ, ପରେ ପାର୍ଟି’ ଆଦର୍ଶକୁ ଆଗକୁ ନେଇ କାମ କରିଆସୁଛି ଏବଂ ଏହି ମୂଲ୍ୟବୋଧ ଦଳର ଶକ୍ତିର ମୂଳ ଭିତ୍ତି। ସେହିପରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ଅବସରରେ … Read more

ପରିବେଶ ନିୟମ ଉଲ୍ଲଂଘନ କରିବାରୁ ଶ୍ୟାମ୍ ମେଟାଲିକ୍ସ କାରଖାନାରେ ପଡିଲା ତାଲା

ସମ୍ବଲପୁର: ପ୍ରଶାସନ ଦ୍ୱାରା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କରାଯାଇଛି । ପିସିସିବି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମା ଅନୁସାରେ ଏହି ଶିଳ୍ପ ୟୁନିଟକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ଆଜି ସକାଳୁ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ, ସମ୍ବଲପୁରର ଅଧିକାରୀ ଓ କର୍ମଚାରୀଙ୍କ ସହିତ ରେଙ୍ଗାଲି ତହସିଲଦାର, ଅତିରିକ୍ତ ଏସପି, ସଦର ଏସଡିପିଓ ଏବଂ ବ୍ଯାପକ ପୋଲିସ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଉକ୍ତ ଶିଳ୍ପାନୁଷ୍ଠାନକୁ ସିଲ୍ କରାଯାଇଥିବା ଖବର ମିଳିଛି … Read more

ବେଙ୍ଗଲ ଲାଗି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ରବିବାର ୱେଷ୍ଟ ବେଙ୍ଗଲ ପାଇଁ ନିଜର ଷ୍ଟାର ପ୍ରଚାରକଙ୍କ ଏକ ଦୀର୍ଘ ତାଲିକା ଜାରି କରିଛି ବିଜେପି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହାନଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ନାମ ରହିଛି। ନିର୍ବାଚନ ପ୍ରଚାରରେ ଫିଲ୍ମ, କ୍ରିଡା ଜଗତ ସହିତ ଜଡିତ ଚର୍ଚ୍ଚିତ ମୁହଁଙ୍କୁ ମଧ୍ୟ ଏହି ତାଲିକାରେ ରଖା ଯାଇଛି। ଏଥିରେ ହେମା ମାଲିନୀ, କଙ୍ଗନା ରନାୱତ ଓ ମିଥୁନ ଚକ୍ରବର୍ତ୍ତିଙ୍କ ସହିତ ଟେନିସ ଖେଳାଳି … Read more

ପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଯାଉଥିବା ବେଳେ ବଜ୍ରପାତରେ ବାପାଙ୍କ ମୃତ୍ୟୁ

ସମ୍ବଲପୁର: କାଳବୈଶାଖୀର ପ୍ରଭାବରେ ଯୁଯୁମୁରା ବାଣିଝରଣ ଠାରେ ଘଟିଛି ଏକ ଅଘଟଣ । ସୂଚନା ଅନୁସାରେ ବୌଦ୍ଧ ବଘିଆପଡ଼ାର ବିପ୍ଳବଙ୍କ ପୁଅ ସୁଜିତ ର ବାହାଘର ଯୁଯୁମୁରା ଗହୀରପାଲିରେ ସ୍ଥିର ହୋଇଥିଲା । ଆସନ୍ତା ଏପ୍ରିଲ ୨୫ ତାରିଖରେ ବିପ୍ଲବଙ୍କ ପୁଅର ବିବାହ ହେବାକୁ ଥିଲା l ପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଗହିରପାଲି ଗ୍ରାମକୁ ଯାଉଥିବା ବେଳେ ବାଣିଝରଣ ନିକଟରେ ବଜ୍ରପାତ ହେବାରୁ ବିପ୍ଲବ ବେହେରାଙ୍କ ମୃତ୍ୟୁ ଘଟିଛି l ତାଙ୍କ ସହ … Read more