April 12, 2026 3:25 am

ଆଳୁ ଦର ୧୨ ଟଙ୍କାରୁ ଅଧିକ ହେଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ

ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀମାନେ ଆଳୁ କିଲୋ ୧୨ ଟଙ୍କାରୁ ଅଧିକରେ ବିକ୍ରି କଲେ ଯିବେ ଜେଲ୍। ରାଜଧାନୀର ବିଭିନ୍ନ ମାର୍କେଟରେ ଚଢାଉ କରାଯିବା ସହ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନନ୍ଦ୍ରେ ମିଶ୍ର, ବିଏମସି ଏସିଏସଓ ସହିତ ଭୁବନେଶ୍ୱର ସବୁ ବ୍ୟବସାୟୀ ଯୋଗଦେଇଥିଲେ । ଆଳୁ ଓ ପିଆଜ ବିକ୍ରି ଉପରେ ବିସ୍ତୃତ … Read more

ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡିଶା ସରକାର ସମସ୍ତ ସରକାରୀ କୋଠା ପ୍ରକଳ୍ପ ପାଇଁ ଅନୁପାଳନକୁ ବାଧ୍ୟତାମୂଳକ କରି କଠୋର ନିୟମ ଲାଗୁ କରିଛନ୍ତି। ଯେଉଁଥିରେ ନୂତନ ଅଗ୍ନି ନିରାପତ୍ତା ନିର୍ଦ୍ଦେଶାବଳୀ ପ୍ରଚଳନ କରିଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସୁରକ୍ଷା ମାନଦଣ୍ଡକୁ ବୃଦ୍ଧି କରିବା ଏବଂ ସାର୍ବଜନୀନ ଭିତ୍ତିଭୂମିରେ ବିପଦ ହ୍ରାସ କରିବା। ଏହି ନିକଟରେ SCB ଅଗ୍ନିକାଣ୍ଡ ଘଟଣା ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଏନେଇ ସରକାର କଠୋର ହୋଇଛନ୍ତି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପର୍ଯ୍ୟାପ୍ତ ଅଗ୍ନି ନିବାରଣ … Read more

୮ଜଣ ନକଲି ସିଆଇଡି ଅଧିକାରୀ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନରେ ବେଆଇନ କାର୍ଯ୍ୟ ଏବଂ ଋଣ ପରିଶୋଧ ହୋଇନଥିବା କହି ଲୁଟୁଥିଲେ ଟଙ୍କା । ଭୁବନେଶ୍ୱର କମିଶନରେଟ୍ ପୋଲିସ ୮ ଜଣ ନକଲି ସିଆଇଡି ଅଧିକାରୀଙ୍କର ପର୍ଦ୍ଦାଫାସ୍ କରିଛି । ଚନ୍ଦ୍ରଶେଖପୁର ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ମହିଳା ଏବଂ ୪ ପୁରୁଷ ରହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡ଼ା, ଅନପୂର୍ଣ୍ଣା ପଣ୍ଡା, ଜେମାମଣୀ ପ୍ରଧାନ, ସୌଭାଗ୍ୟ ସାହୁ, ଧର୍ମେନ୍ଦ୍ର … Read more

ଔଷଧ ଆମଦାନୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗେଇଲେ ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ଆମଦାନି ହେଉଥିବା ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଶୁଳ୍କ ଲାଗୁ କରିଛନ୍ତି । ନୂତନ ନିର୍ଦ୍ଦେଶ ଅନୁଯାୟୀ ଭାରତ ସମେତ ଦେଶଗୁଡ଼ିକରୁ ପେଟେଣ୍ଟ ଔଷଧ ଆମଦାନି ଉପରେ ୧୦୦% ଶୁଳ୍କ ଲାଗୁ ହେବ, ଯେଉଁମାନେ ଆମେରିକାର ବାଣିଜ୍ୟ ବିଭାଗ ସହିତ ପୁନଃଶୋରିଂ ଚୁକ୍ତି କିମ୍ବା ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ ସହିତ ସର୍ବାଧିକ ପସନ୍ଦିତ ରାଷ୍ଟ୍ର ମୂଲ୍ୟ ଚୁକ୍ତିରେ ପ୍ରବେଶ କରିନାହାଁନ୍ତି। ପୁନଃଶୋରିଂ ହେଉଛି ଏପରି ପ୍ରକ୍ରିୟା ଯାହା ଦ୍ୱାରା … Read more

ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କଠୁ ବହି ଖାତା ଓ ୟୁନିଫର୍ମ କିଣିବାକୁ ବାଧ୍ୟ୍ୟ କରି ପାରିବେନି ଘରୋଇ ସ୍କୁଲ : ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଆଉ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କଠାରୁ ବହି, ଖାତା, ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ କିଣିବେ ନାହିଁ ଅଭିଭାବକ। ଅଭିଭାବକମାନେ ଏହିସବୁ ଜିନିଷ କେଉଁଠୁ କିଣିବେ, ସେ ସ୍ବାଧିନତା ସେମାନଙ୍କର ରହିବ ବୋଲି ଦିଲ୍ଲୀର ଘରୋଇ ତଥା ଅଣ-ସହାୟତା ପ୍ରାପ୍ତ ସ୍ୱୀକୃତିପ୍ରାପ୍ତ ସ୍କୁଲଗୁଡ଼ିକୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ଉଲ୍ଲେଖ ରହିଛି ଯେ, କିଛି ସ୍କୁଲ ଅଭିଭାବକମାନଙ୍କୁ ନିର୍ଦ୍ଦିଷ୍ଟ ଦୋକାନରୁ ଶିକ୍ଷା ସାମଗ୍ରୀ … Read more

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ରାଜ୍ୟରେ ସକାଳୁଆ ହେଲା ସ୍କୁଲ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ବା ‘ହିଟ୍‌ ଓ୍ବେଭ୍‌’ର ସ୍ଥିତି ଅନୁଭୂତ ହେଉଥିବା ବେଳେ ଅନେକ ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କଲାଣି । ଏହି ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକରେ ସକାଳୁଆ କ୍ଲାସ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା … Read more