March 23, 2026 3:05 pm

ବିଜୁ-ନବୀନ ଫାଉଣ୍ଡେସନ ନେଇ ନବୀନଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ସାମାଜିକ ଗଣମାଧ୍ୟମରେ ବିଜୁ-ନବୀନ ଇନ୍ସିପରେସନାଲ୍ ଫାଉଣ୍ଡେସନକୁ ନେଇ ଉଠୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ନବୀନ କହିଛନ୍ତି ଯେ ତାଙ୍କ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକ ମାତ୍ର ୩୦ ବର୍ଷର ଥିଲେ ସେତେବେଳେ ୟୁନେସ୍କୋ ଦ୍ୱାରା ପ୍ରଦାନ କରାଯାଇଥିବା କଳିଙ୍ଗ ପୁରସ୍କାରକୁ ଦାନ କରିଦେଇଥିଲେ। ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ସେ ଏହାକୁ ଦାନ କରିଥିଲେ। ତାଙ୍କ ଜୀବନ କାଳ ମଧ୍ୟରେ ଜନସାଧାରଣଙ୍କ ପାଇଁ ସେ ଏଭଳି ଅନେକ … Read more

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ ସମ ପରିମାଣର ଦାୟୀ। ଯଦି ଏତେ କଥା କରିବାର ଥିଲା ତେବେ ବିଧାୟକମାନଙ୍କୁ ସେମାନଙ୍କ ବିବେକାନୁମୋଦିତ ଭୋଟ ଦେବା ପାଇଁ ଛାଡ଼ି ଦେଇଥିଲେ ଏତେ ଅପବାଦ ଶୁଣିବାକୁ ପଡ଼ି ନ ଥାଆନ୍ତା। ବିଧାୟକମାନେ ଏକଥା ବୁଝୁନାହାନ୍ତି କି ଯେଉଁମାନେ ଅସ୍ମିତା କଥା କହୁଥିଲେ ସେମାନେ ଏହି ଭୋଟ୍‌ର ହିତାଧିକାରୀ ହେଲା … Read more

ଶୂନ୍ୟକାଳରେ ବିଜେଡ଼ିକୁ ଧୋଇଲେ ବିଜେପି ବିଧାୟକ ବାବୁ ସିଂ

ଭୁବନେଶ୍ୱର: ଆଜି ବିଧାନସଭାରେ SCB ଟ୍ରାଜେଡିକୁ ନେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ ବିଜେଡି। ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ବିଧାନସଭା ପରିସର। SCB ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି କରିଛନ୍ତି। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ପ୍ରଶ୍ନକାଳ ଚାଲିପାରି ନାହିଁ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ବାବୁ … Read more

୨୪ ଘଣ୍ଟାରେ ଗ୍ୟାରେଣ୍ଟି ସହ ହେବ ପାର୍ସଲ ଡେଲିଭରି: ଭାରତୀୟ ଡାକ ବିଭାଗ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଆଣିଛି ନୂଆ ଫିଚର। ଏଣିକି ଇଣ୍ଡିଆ ପୋଷ୍ଟରେ ଜରୁରୀ ଡକ୍ୟୁମେଣ୍ଟ କିମ୍ବା ପାର୍ସଲ ୨୪ ଘଣ୍ଟାରେ ପଠାଇହେବ। ମଙ୍ଗଳବାର ଭାରତୀୟ ଡାକ ବିଭାଗ ଏହି ନୂଆ ସେବାର ଆରମ୍ଭ କରିଛି। ବଡ଼ କଥା ହେଲା ଏହି ସର୍ଭିସରେ ଡାକ ବିଭାଗରୁ ଆପଣଙ୍କୁ ଲିଖିତ ଗ୍ୟାରେଣ୍ଟି ମିଳିବ। ଯଦି ନିର୍ଦ୍ଧାରିତ ସମୟରେ ଡେଲିଭରି ନହୁଏ, ତେବେ ‘ମନି ବ୍ୟାକ୍ ଗ୍ୟାରେଣ୍ଟି’ ଅନୁସାରେ ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ହୋଇଯିବ।ଡାକ ବିଭାଗର ୩ ନୂଆ … Read more

୧୧ଟି ଜିଲ୍ଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୨୩ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ମୋଟ ୪,୫୧୦.୬୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଦ୍ୱାରା ପ୍ରାୟ ୧୦,୧୨୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, … Read more