March 24, 2026 8:41 am

ମହିଳାମାନେ ନିଯୁକ୍ତ ହେବେ ଅଗ୍ନିଶମ ସେବା କ୍ଷେତ୍ରରେ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି । ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ସହିତ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ … Read more

LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୦ହଜାର ଲିଟର କିରୋସିନ୍

ନୂଆଦିଲ୍ଲୀ: ଦେଶରେ ଏବେ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। କାରଣ ଲୋକେ ଏଲପିଜିର ଅଭାବ ଦେଖାଯିବାର ଆଶଙ୍କାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସିଲିଣ୍ଡର ବୁକିଂ କରୁଛନ୍ତି। ଅନେକ ସ୍ଥାନରେ ରୋଷେଇ କରିବା ପାଇଁ ଲୋକେ ଏବେ କାଠ କିଣୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏବେ ଗ୍ୟାସ୍ ର ବିଳକ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍। ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇ କହିଛନ୍ତି ଯେ, LPG … Read more

ବେଙ୍ଗାଲୁରୁ ଗଲେ କଂଗ୍ରେସର ୯ ବିଧାୟକ

ଭୁବନେଶ୍ୱର: ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଉଭୟ ବିଜେଡ଼ି ଏବଂ କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ କଂଗ୍ରେସର ୯ ଜଣ ବିଧାୟକ ପିସିସି ସଭାପତିଙ୍କ ସହିତ ରାଜ୍ୟ ବାହାରକୁ ପଳାଇ ଯାଇଛନ୍ତି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହାକୁ ସ୍ୱୀକାର କରିଛନ୍ତି । ଯାହାକୁ ନାପସନ୍ଦ କରିଛନ୍ତି ଦଳର ବିଧାୟିକା ସୋଫିଆ ଫିର୍ଦ୍ଦୋସ ।ଗତକାଲି ରାତିରେ ପିସିସି ସଭାପତି ୯ ଜଣ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଗସ୍ତ କରିଛନ୍ତି … Read more

ଇରାନରେ ଫସିଛନ୍ତି ୯୦୦୦ ଭାରତୀୟ:ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇ କହିଛନ୍ତି, ଏହି ୯ ହଜାରଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ, କର୍ମଜୀବୀ ଏବଂ ତୀର୍ଥଯାତ୍ରୀ ଫସି ରହିଛନ୍ତି। ଅନେକ ଭାରତୀୟ ନାଗରିକ ଓ ଅଧିକାଂଶ ଛାତ୍ର ଘରକୁ ଫେରିଛନ୍ତି। ତେହରାନରେ ରହୁଥିବା ଅନ୍ୟ ସୁରକ୍ଷିତ ସ୍ଥାନ ଓ ସହରଗୁଡ଼ିକୁ ଅନେକଙ୍କୁ ସ୍ଥାନାନ୍ତରିତ କରାଯାଇଛି।ଯେଉଁମାନେ ଆଜରବାଇଜାନ ଏବଂ ଆର୍ମେନିଆ ଦେଇ ଯିବାକୁ ଚାହୁଁଛନ୍ତି … Read more

ପୁରୀ କୁ ମହାନଗର ନିଗମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀ ମହାନଗର ନିଗମ ପ୍ରକ୍ରିୟା ପାଇଁ ସୀମାନ୍ତ ୯ ପଞ୍ଚାୟତର ୩୪ ରାଜସ୍ବ ଗ୍ରାମ ସାମିଲ ହେବା ପରେ ୱାର୍ଡ ବିଭାଜନ ଓ ସୀମା ନିର୍ଦ୍ଧାରଣ କରାଯାଇଛି। ଜିଲ୍ଲା ପ୍ରଶାସନ ଏହାର ତଥ୍ୟ ସରକାରଙ୍କୁ ପଠାଇଛନ୍ତି । ପୁରୀର କେତେକ ୱାର୍ଡରେ ଲୋକସଂଖ୍ୟା ବୃଦ୍ଧି ପାଇଥିବାରୁ ସେ ସବୁ ୱାର୍ଡ ମଧ୍ୟ ବିଭାଜନ ହୋଇଛି । ଏଥିପାଇଁ ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ କସରତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପୁରୀରେ ୩୨ଟି ୱାର୍ଡ ରହିଛି … Read more