March 23, 2026 1:47 pm

ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ଭଳି ଏଥର ଜିତିବି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିଛନ୍ତି । ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୦୨ ଭଳି ଏଥର ମଧ୍ୟ ଜିତିବେ ବୋଲି ଦିଲ୍ଲୀପ କହିଛନ୍ତି । ବିଜେଡ଼ି ଓ କଂଗ୍ରେସ ଭଳି ସେ ମଧ୍ୟ ହାତ ମିଳାଇବାକୁ କହିଛନ୍ତି । … Read more

CISFର ୫୭ତମ ସ୍ଥାପନା ଦିବସ ପାଳନ

ନୂଆଦିଲ୍ଲୀ: ବିଗତ ୫୭ ବର୍ଷ ମଧ୍ୟରେ ସିଆଇଏସଏଫ୍‌ ବାହିନୀ ନିଜର କ୍ଷମତା ଓ ସାମର୍ଥ୍ୟରେ ବହୁଗୁଣା ବୃଦ୍ଧି କରିବା ସହ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାପନଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବର୍ତ୍ତମାନ ସିଆଇଏସଏଫ୍ ୨ ଲକ୍ଷରୁ ଅଧିକ କର୍ମଚାରୀଙ୍କ ସଂଖ୍ୟାବଳ ସହିତ ଦେଶର ୨୫ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ପ୍ରଦେଶରେ ନିୟୋଜିତ ଅଛି । ଏହି ବାହିନୀ ସମୁଦାୟ ୩୬୧ଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ସୁରକ୍ଷା ଯୋଗାଉଛି, ଯେଉଁଥିରେ ସାମିଲ … Read more

OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ମହାନ୍ତି ଓ ୮ ଅଭିଯୁକ୍ତଙ୍କ ସର୍ତ୍ତମୂଳକ ଜାମିନ ମଂଜୁର

କଟକ: ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ତେବେ କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନ୍‌ଫିଡେନ୍ସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ତଦନ୍ତରେ ସହଯୋଗ କରିବା ଏବଂ ଟ୍ରାଏଲ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇପାରିବେ ନାହିଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।ଖବର ଥାଉ … Read more

ପ୍ରାର୍ଥୀପତ୍ର ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର

ଭୁବନେଶ୍ୱର: ବିଜେଡି ପରେ ଆଜି ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର ବିଧାନସଭାରେ ଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପିର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ମନମୋହନ ଏବଂ ସୁଜିତ କୁମାର ଉଭୟ ଦଳୀୟ କାର୍ଯ୍ୟାଳୟରୁ ବାହାରି ପ୍ରଥମେ ରାମମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଭଗବାନଙ୍କ ଆଶୀର୍ବାଦ ନେଇ ବିରାଟ ପଟୁଆରରେ ବିଧାନସଭା … Read more

ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ସେ ମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୬୯ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୧୨.୫ ଓଭରରେ ୧୭୩ ରନ କରି ମ୍ୟାଚ ଜିତିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯/୮ ସ୍କୋର କରିଥିଲା। ଦକ୍ଷିଣ ଆଫ୍ରିକା ୭୭ ରନରେ ପାଞ୍ଚଟି ଉଇକେଟ ହରାଇଥିଲା।କିନ୍ତୁ ମାର୍କୋ ୟାନସନ … Read more

ହୋଲିରେ ଅଘଟଣ ରାଜ୍ୟ ର ଭିନ୍ନ ଭିନ୍ନ ସ୍ଥାନରୁ ୪ ମୃତ

ଭୁବନେଶ୍ୱର: ସାରା ରାଜ୍ୟରେ ଧୂମଧାମରେ ହୋଲି ପାଳନ ହୋଇଥିବା ବେଳେ ରାଜ୍ୟରେ ପୃଥକ ପୃଥକ ଅଘଟଣରେ ଯାଜପୁରରେ ୩ ଓ କଟକରେ ଜଣଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ କଟକ ର ମୃତ ଜଣକ ହେଲେ ଏକ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସଂଗ୍ରାମ ଅଜିତାଭ ଦାସ । ବୁଧବାର ଯାଜପୁର ରୋଡର ବରିଷ୍ଠ ବ୍ୟାଙ୍କ ଅଧିକାରୀ ସଂଗ୍ରାମ ସାଙ୍ଗ ମାନଙ୍କ ସହିତ ହୋଲି ଖେଳୁଥିଲେ l ତେବେ ହୋଲି ଖେଳ ସରିବା ପରେ ଗାଧେଇବା … Read more