April 12, 2026 12:26 pm

କିମ୍‍ସରେ ବିରଳ ଓ ଜଟିଳ ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ (କିମସ)ର ଡାକ୍ତରମାନେ ଜଣେ ୧ ବର୍ଷ ବୟସର ଶିଶୁଠାରେ ଜଟିଳ ଓ ବିରଳ ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି। ଶିଶୁଟିର ମୁଣ୍ଡର ଆକାର ଅସ୍ୱାଭାବିକ ରହିଥିବା ବେଳେ ଆଖି ଫୁଲିବା ସହ ବୃଦ୍ଧିରେ ବିଳମ୍ବ ହେଉଥିଲା। ପରିବାର ଲୋକେ ପିଲାଟିକୁ କିମ୍‍ସ ନେଇଥିଲେ। ପରୀକ୍ଷା ପରେ ଶିଶୁଟି କ୍ରୁଜନ୍ ସିଣ୍ଡ୍ରୋମ୍‌ରେ ପୀଡିତ ଓ ଖପୁରୀ ଭିତରେ ବିପଜ୍ଜନକ ଭାବରେ ଉଚ୍ଚ ଚାପ ଥିବା ଜଣାପଡିଥିଲା। ଏଭଳି ଅବସ୍ଥାରେ ଚିକିତ୍ସା … Read more

ନେତାଜୀଙ୍କ ଜନ୍ମ ଜୟନ୍ତୀରେ ଯୋଗଦେବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌

ଭୁବନେଶ୍ୱର: କଟକ ଆସିବେ ଉପ ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ଜାନୁଆରୀ ୨୩ ତାରିଖରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଆସିବେ। ଆସିବା ନେଇ ସହମତି ପ୍ରଦାନ କରିଛନ୍ତି ଉପ ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ। ଏନେଇ ସୂଚନା ଦେବା ସହ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି ସଂସ୍କୃତି ସଚିବ … Read more

କୋଲକାତାରୁ ଓଡ଼ିଶା ଆସିବ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି

ଭୁବନେଶ୍ଵର: କୋଲକାତାରେ ଅନୁଷ୍ଠିତ ଓଡ଼ିଶା ନିବେଶକଙ୍କ ସାକ୍ଷାତ ରୋଡଶୋରେ ଆସିଲା ବଡ଼ ନିବେଶ। ଏହି ସମ୍ମିଳନୀ ସମୟରେ ୮୧ ହଜାର ୮୬୪ କୋଟି ଟଙ୍କାର ନିବେଶ ସମ୍ଭାବନା ସହିତ ୨୭ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି।  ୬୩,୧୬୧ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୧୯ଟି ନିବେଶ ଉଦ୍ଦେଶ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଛି। ଯାହାର ପରିମାଣ ୧୮ ହଜାର ୪୫୩ କୋଟି । ସେହିଭଳି ଏହା ୨୭,୫୯୧ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି। ଏହି ମେଗା ରୋଡଶୋରେ … Read more

ରାଉରକେଲା ବିମାନ କ୍ରାସ ଘଟଣାରେ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

ଭୁବନେଶ୍ୱର: ରାଉରକେଲା ବିମାନ କ୍ରାସ ଘଟଣାରେ ଗୁରୁତର ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ମୃତ । ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ଗତ ୧୦ ତାରିଖରେ ଜଳଦା ନିକଟରେ ହୋଇଥିଲା ଦୁର୍ଘଟଣା । ଏଥିରେ ୨ ପାଇଲଟଙ୍କ ସହ ୬ ଜଣ ଆହତ ହୋଇଥିଲେ । ଏଥିରେ ଶୁଶାନ୍ତ ଗୁରୁତର ଥିଲେ ।ଉନ୍ନତମାନର ଚିକିତ୍ସା ପାଇଁ ୨ ଗୁରୁତରଙ୍କୁ ମୁମ୍ବାଇ ଏୟାରଲିଫ୍ଟ … Read more

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ

କଟକ: ଆଗାମୀ ପଞ୍ଚାୟତ ଏବଂ ସହରାଞ୍ଚଳ ପରିଷଦ ସାଧାରଣ ନିର୍ବାଚନ ନିମନ୍ତେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଆଦି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ରାଞ୍ଚଳ ରାଜସ୍ବ ଅଧୀନ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସମ୍ମିଳନୀ ଶନିବାର ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ଯୋଗ ଦେଇ ଏକ ସ୍ୱଚ୍ଛ, ନିର୍ଭୁଲ ଭୋଟର … Read more

ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା

ପୁରୀ :ଆଉ ଶ୍ରୀ ମନ୍ଦିର ଭିତରେ ମନ ଇଛା ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ। ମୋବାଇଲ ବ୍ୟବହାର ଉପରେ ଲାଗିଲା କଟକଣା lଯଦି କଥାବାର୍ତ୍ତା କରିବା ପାଇଁ ଦରକାର, ତାହେଲେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଯାଇ ଫୋନ୍ ବ୍ୟବହାର କରିପାରିବେ। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଭିତରେ ମୋବାଇଲରେ ବାରମ୍ବାର ଫଟୋ ଉଠୁଥିବାରୁ ଏଥିପାଇଁ କଡ଼ା ଆଇନ ଆସିବା ଆବଶ୍ୟକ ବୋଲି ସେ … Read more