February 26, 2026 2:25 am

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

କଟକ:ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଯାଞ୍ଚ କରିଛନ୍ତି । ଏଥିରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ଜଣେ ଏଏସଆଇ ଓ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଠାବ ହୋଇଛି ବାବୁଙ୍କର ବହୁତଳ ଅଟ୍ଟାଳିକା । ଭୁବନେଶ୍ବର … Read more

ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର:ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହାକୁ ଜବତ କରିଛି କଷ୍ଟମ ବିଭାଗ। ତେବେ ଆଗକୁ ନୂଆବର୍ଷ ଥିବାରୁ ଏହି ମାରିଜୁଆନା ସହରକୁ ଆସିଥିବା ସନ୍ଦେହ କରାଯାଉଛି। ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଥାଇଲାଣ୍ଡରୁ ଏହି ମାରିଜୁଆନା ଭୁବନେଶ୍ବର ଆସୁଥିବା ସୂଚନା ମିଳିଛି lତେବେ ଯାତ୍ରୀଜଣକ ଭୁବନେଶ୍ବରରୁ ଓହ୍ଲାଇବା ପରେ … Read more

୩ କୋଟିର ବୀମା ରାଶି ପାଇଁ ସର୍ପ ଦଂଶନ କରାଇ ବାପାକୁ ହତ୍ୟା

ତାମିଲନାଡୁ:ଗତ ଅକ୍ଟୋବର ୨୨ରେ ତାମିଲନାଡୁର ତିରୁଭଲ୍ଲୁର ନିକଟ ପୋଥରଥୁରପେଟ୍ଟଇ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ୫୬ ବର୍ଷୀୟ ଗଣୋ। ସେ ଏକ ସରକାରୀ ସଂସ୍ଥାରେ ଲାବ୍ ଆସିଷ୍ଟାଣ୍ଟ ପଦବୀରେ ଚାକିରି କରୁଥିଲେ। ସେ ରାତିରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବେକକୁ ସର୍ପ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହା ଏକ ଅପମୃତ୍ୟୁ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା। କିନ୍ତୁ ବୀମା କମ୍ପାନୀଗୁଡ଼ିକ … Read more

୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ତିନି ସେନା ପାଇଁ ପ୍ରାୟ ୭୯,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଏଥିରେ ସ୍ଥଳସେନା ପାଇଁ ଶତ୍ରୁର ଶକ୍ତିଶାଳୀ ଲକ୍ଷ୍ୟକୁ ସଠିକ ଭାବେ ଭେଦ କରିବା ପାଇଁ ଲୋଇଟର ମ୍ୟୁନିସନ୍ ସିଷ୍ଟମ, କମ୍ ଉଚ୍ଚତାରେ ଉଡୁଥିବା ଶତ୍ରୁ ଡ୍ରୋନ୍ ଚିହ୍ନଟ ପାଇଁ ହାଲୁକା ଓଜନର ରାଡାର। ପିନାକା ରକେଟ୍ ସିଷ୍ଟମ ପାଇଁ ଅଧିକ ଦୂରଗାମୀ ଏବଂ ସଠିକ ଲକ୍ଷ୍ୟଭେଦୀ ଗାଇଡେଡ୍ ରକେଟ୍ ଆମୁନିସନ୍ ରହିଛି।ନୌସେନା … Read more

ଜିରୋ ନାଇଟ୍‌ ଉପରେ ଲାଗିଲା କଟକଣା

ଭୁବନେଶ୍ୱ: ୩୧ ଡିସେମ୍ବରରେ ଜିରୋ ନାଇଟ୍ ପାଳନ ପାଇଁ ଭୁବନେଶ୍ୱର-କଟକକମିସନରେଟ୍ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି। ମଧ୍ୟରାାତ୍ରି ପରେ ମ୍ୟୁଜିକ ଏବଂ ସାଉଣ୍ଡ ସିଷ୍ଟମକୁ ବଜାଇବାକୁ କମିସନରେଟ ପୁଲିସ ନିଷେଧ କରିଛି। ଜିରୋ ନାଇଟ୍ ପାଳନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସମସ୍ତ ପୁଲିସ ଷ୍ଟେସନକୁ ନୂଆ ବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ହୋଟେଲ, କ୍ଲବ … Read more