February 26, 2026 3:21 am

ଟ୍ରେନ ଶୌଚାଳୟ ପାଖରେ ଖେଳାଳିଙ୍କ ଯାତ୍ରାକୁ ନେଇ ତଦନ୍ତ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର କୁସ୍ତି ଖେଳାଳି ଟ୍ରେନର ଶୌଚାଳୟ ପାଖରେ ବସି ଉତ୍ତରପ୍ରଦେଶ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଏହି ଘଟଣାର ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ। ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳି ଅତ୍ୟନ୍ତ … Read more

୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୧୫୦ଟି ନୂଆ ୧୦୮ ଆମ୍ୱୁଲାନ୍ସର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଆମ୍ବୁଲାନ୍ସ ଗୁଡ଼ିକକୁ ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକର୍ପଣ କରାଯାଇଛି । ପର୍ଯ୍ୟାୟ କ୍ରମେ ଜାନୁୟାରୀ ଶେଷ ସୁଦ୍ଧା ସମସ୍ତ ୪୨୮ଟି ଆମ୍ବୁଲାନ୍ସ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ଏଥିରେ ୪୧୯ … Read more

ଲାଲଗଡ଼ରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ଦୁର୍ବଳ ହେବାରେ ଲାଗିଛି ଲାଲଗଡ଼। ୯ଟି ବନ୍ଧୁକ, ୧୪ଟି ଟିଫିନ୍ ବୋମା, ବନ୍ଧୁକ-ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ। ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପୋଲିସ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି … Read more

କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ୧୯ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୯ତମ ବାର୍ଷିକ ଉତ୍ସବ “ବିୟଣ୍ଡ ବାଉଣ୍ଡାରିଜ ୨୦୨୫’ ସୋମବାର ଅନୁଷ୍ଠିତ ହୋଇଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳାକୁ ପ୍ରଶଂସା କରି କହିଲେ, ଶିକ୍ଷାଗତ ଉତ୍କଷର୍ତା ସହିତ ଦୃଢ଼ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ହେଉଛି ପ୍ରକୃତ ଶିକ୍ଷା। ଶିକ୍ଷକ ଶିକ୍ଷୟିତ୍ରୀମାନେ ସର୍ବଦା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ସର୍ଜନାତ୍ମକ ଓ ଚରିତ୍ରଗଠନକୁ ପ୍ରୋତ୍ସାହିତ … Read more

ପାଣ୍ଡିଆନ ଆମର ନେତା ନୁହନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା ଏକାଠି ଭୋଜିଭାତ କରିବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ନେତାମାନେ ଏକାଠି ହୋଇ ଆଞ୍ଚଳିକ ଦଳ ଗଠନ ପାଇଁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଭି.କେ. ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ବିଜେଡି ସଭାପତି କରାଯିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଥମେ ମୁହଁ ଖୋଲିଥିଲେ। ପାଣ୍ଡିଆନ ଆମ ନେତା ନୁହନ୍ତି ବୋଲି ସମ୍ବିତ କହିଥିଲେ। … Read more

ଏପ୍ରିଲ ୧ରୁ ବଦଳିବ ଜମିର ବେଞ୍ଚମାର୍କ ମୂଲ୍ୟ ।

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟ (BMV) ର ଦ୍ୱିବାର୍ଷିକ ସଂଶୋଧନ ପାଇଁ ଏକ ବିସ୍ତୃତ ସୂଚନା ବା SOP ଜାରି ହୋଇଛି ।ଏହି ନୂଆ ନିୟମ ପ୍ରତି ଦୁଇ ବର୍ଷରେ ଥରେ ଏପ୍ରିଲ ୧ ତାରିଖରୁ ଲାଗୁ ହେବ।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ମୂଲ୍ୟାଙ୍କନ କମିଟି’ (DVC) ଓ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଉପ-ଜିଲ୍ଲା ମୂଲ୍ୟାଙ୍କନ କମିଟି’ (SDVC) ଗଠନ କରାଯିବ । … Read more