February 26, 2026 12:22 pm

ହାଇଦ୍ରାବାଦ ନିବେଶକ ସମ୍ମିଳନୀ ସଫଳ; ୧୩ଟି MOU ସ୍ବାକ୍ଷର

ଭୁବନେଶ୍ୱର: ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ୧୩ଟି ଏମଓୟୁ ସହ ୬୭ ହଜାର କୋଟିର ନିବେଶ ପ୍ରସ୍ତାବ ମିଳିଛି । ଇନଭେଷ୍ଟର ମିଟରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମିଳନୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଦୁଇଟି ରାଉଣ୍ଡ ଟେବୁଲ ବୈଠକ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ବୈଠକରେ ଫାର୍ମା ଓ ଡିଫେନ୍ସରେ ନିବେଶ ନେଇ ଆଲୋଚନା … Read more

ଓଡିଶା ପଛୁଆ ବର୍ଗ ଆୟୋଗ ପୁନର୍ଗଠନ ପାଇଁ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି । ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । … Read more

ବିଜେଡିର ଉତ୍ତରାଧିକାରୀକୁ ନେଇ ପୁଣି ମୁହଁ ଖୋଲିଲେ ଶ୍ରୀମୟୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ଚର୍ଚ୍ଚା । କିଛି ଦିନର ବ୍ୟବଧାନ ପରେ ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ନେତ୍ରୀ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀକୁ ନେଇ କଲେ ଆକ୍ଷେପ । ବିଜେଡି ଯୁବନେତାଙ୍କ ବଣଭୋଜିର ଗୁମର ଖୋଲିଦେଲେ ଶ୍ରୀମୟୀ ମିଶ୍ର । କିଏ କାହା ଟିମ୍‌ରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା । ବିଜେଡି ମୁଖିଆ କାହାକୁ … Read more

BSF ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀ(BSF)ର ନିଯୁକ୍ତି ବ୍ୟବସ୍ଥାରେ ନିୟମଗୁଡ଼ିକୁ ସଂଶୋଧନ କରିଛନ୍ତି। ସୀମା ସୁରକ୍ଷା ବାହିନୀ ଆଇନ, ୧୯୬୮ ଅନୁଯାୟୀ ପ୍ରଦତ୍ତ କ୍ଷମତା ବ୍ୟବହାର କରି ଏହି ନିଷ୍ପତ୍ତି ନିଆଯାଇଛି। ସୀମା ସୁରକ୍ଷା ବାହିନୀ, ସାଧାରଣ ଡ୍ୟୁଟି କ୍ୟାଡର (ଅଣ-ଗେଜେଟେଡ) ନିଯୁକ୍ତି (ସଂଶୋଧନ) ନିୟମ, ୨୦୨୫ ନାମରେ ନୂତନ ନିୟମ, ଡିସେମ୍ବର ୧୮, ୨୦୨୫ରେ କାର୍ଯ୍ୟକାରୀ ହୋଇଥିଲା।ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ, ପୂର୍ବତନ ଅଗ୍ନିବୀରମାନଙ୍କ ପାଇଁ ସଂରକ୍ଷିତ ଖାଲି ପଦବୀର ୫୦ … Read more

ପ୍ରଣବ ବଳବନ୍ତରାୟଙ୍କ ନାମରେ ସରକାରୀ ଜମି ମାଡ଼ି ବସିଥିବା ଅଭିଯୋଗ

ଭୁବନେଶ୍ୱର: ଗଡ଼ମଧୁପୁର ମୌଜାରେ ଜମି ଜବରଦଖଲ ଅଭିଯୋଗରେ ଧର୍ମଶାଳା ତହସିଲ୍‌ ପକ୍ଷରୁ ପ୍ରଣବଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି । ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀର ଖାତା ନଂ ୩୩୬ ପ୍ଲଟ ନମ୍ବର ୧୧୧୮ରେ ଥିବା ଫାର୍ମ ହାଉସ୍ ବିନା ଅନୁମତିରେ ସରକାରୀ ଜମି ଜବରଦଖଲ କରିଥିବା ଦର୍ଶାଯାଇଛି । ଓଡିଶା ଭୂମି ଅନଧିକାର ଦଖଲ ନିବାରଣ ଅଧିନିୟମ ୧୯୭୨ର ଧାରା ୪ ଏବଂ ୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମଧ୍ୟ ପ୍ରଣବଙ୍କ ବିରୋଧରେ ରହିଛି ସରକାରୀ ଜମି … Read more