February 26, 2026 3:21 am

ରାଜଧାନୀରେ ଡଗ୍‌ ସୋ’ ଆରମ୍ଭ, ଭାଗ ନେଲେ ୮ ରାଜ୍ୟରୁ ୮୩ କୁକୁର

ଭୁବନେଶ୍ୱର: ଓଡ଼ିଶା କେନେଲ୍ କ୍ଲବ୍(ଭୁବନେଶ୍ୱର) ପକ୍ଷରୁ ଶୁକ୍ରବାର ଓୟୁଏଟିସ୍ଥିତ ଭେଟେରନାରୀ ପଡ଼ିଆରେ ଆରମ୍ଭ ହୋଇଛି ସର୍ବଭାରତୀୟ ଡଗ୍ ସୋ ଚାମ୍ପିଅନସିପ୍ । ପ୍ରଥମ ଦିନରେ ‘ଦି ଜର୍ମାନ ସେଫର୍ଡ ଡଗ୍ କନଫେଡେରେସନ୍(କଳିଙ୍ଗ ଚାପ୍ଟର)’ ପକ୍ଷରୁ ଅଷ୍ଟମ ଜର୍ମାନ ସେଫର୍ଡ କୁକୁରଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ହୋଇଥିଲା । ଏହି ପ୍ରଦର୍ଶନୀକୁ ଓୟୁଏଟିର କୁଳପତି ପ୍ରଫେସର ଡ. ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସେହିପରି ଜର୍ମାନୀରୁ ଆସିଥିବା ଜୋସେନ୍ ପ୍ରଲ୍ … Read more

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ । ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ୧୬ ଜଣିଆ ତାଲିକାରେ ସଞ୍ଜୁ ସାମସନ ଓ ଈଶାନ … Read more

ବିଦ୍ୟାଳୟରେ ସାଇନ୍ ବୋର୍ଡ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ର ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବଡ ଭୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡ଼ିଯାଇ ଏପରି ଅଘଟଣ ଘଟିଥିବା ଖବର ମିଳିଛି । ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଲେ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର ଶିବ ଚରଣ ଲୋହାରଙ୍କ ପୁଅ ଅଭିର ଲୋହାର(୭)। ଅନ୍ୟ ଦୁଇଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର … Read more

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସର ବାତାବରଣକୁ ସୋଆ ଗୁରୁତ୍ୱ ଦିଏ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର ସମ୍ମାନ ଊର୍ଦ୍ଧ୍ୱକୁ ଯିବାପାଇଁ ଛାତ୍ରଛାତ୍ରୀମାନେ ଶୈକ୍ଷିକ ଦାୟିତ୍ୱ ଓ ଶୃଙ୍ଖଳା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ପ୍ରଥମ ବାର୍ଷିକ ଉତ୍ସବ ‘ଏନିଗ୍‌ମା ୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ର‌୍ୟାଗିଂ ଏକ ଧର୍ତବ୍ୟ ଅପରାଧ । … Read more

ଟି-୨୦ ସିରିଜ୍ ଜିତିଲା ଭାରତ

ଗୁଜୁରାଟ: ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଶୁକ୍ରବାର ଦିନ ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା। ୨୩୨ ରନ୍ ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୨୦୧ ରନ୍ କରିପାରିଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ ଡି କକ ସର୍ବାଧିକ … Read more

ବେଆଇନ୍ ବେଟିଂ ଆପ୍ ମାମଲାରେ ଇଡିର ବଡ଼ ଆକ୍ସନ

ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ ମାମଲାରେ ଇଡି ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଅଢ଼େଇ କୋଟି, ଉଥାପ୍ପାଙ୍କ ୮.୨୬ ଲକ୍ଷର ସମ୍ପତ୍ତି, ବଲିଉଡ ସେଲିବେଟ୍ରି ଉର୍ବଶୀ ରୌତେଲାଙ୍କ ୨ କୋଟି ଏବଂ ସୋନୁ ସୁଦ୍‌ଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରିଛି l ଏହା ପୂର୍ବରୁ ଇଡି ଶିଖର ଧାୱନଙ୍କର ୪.୫୫ କୋଟି ଏବଂ ସୁରେଶ ରାଇନାଙ୍କର ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିଲା। ଏପର୍ଯ୍ୟନ୍ତ, 1x ବେଟିଂ ମାମଲାରେ ଇଡି ୧୯.୦୭ କୋଟି … Read more