February 26, 2026 3:23 am

ଆଠ ଦିନ ପରେ ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି: ହିଂସାର ୮ ଦିନ ପରେ ଏମ୍‌ଭି-୨୬ ରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା। ଗତ ସୋମବାର ସନ୍ଧ୍ୟା ୬ଟାରୁ କଟକଣା ଲାଗୁ ହୋଇଥିଲା। ପର୍ଯ୍ୟାୟ କ୍ରମେ କଟକଣା ୬ଥର ବୃଦ୍ଧି ହୋଇଥିଲା। ଆଜି ଦିନ ୧୨ଟା ଯାଏଁ କଟକଣା ଥିଲା। ଏମ୍‌ଭି ୨୬ ଓ ରାଖେଲଗୁଡା ଗାଁ ବିବାଦକୁ ନେଇ ହିଂସା ଦେଖାଦେଇଥିଲା। ଏମଭି ୨୬ ହିଂସାକାଣ୍ଡ ଓ ଜଳାପୋଡା ଘଟଣାରେ ଆଜି ଆଉ ୯ ଜଣଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୁଲିସ୍‌ … Read more

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣା କୁ ନିନ୍ଦା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦିନ ଦ୍ବିପହରରେ ଏହି ଘଟଣା ଘଟିଥିଲେ ବି ପୋଲିସ ପ୍ରଶାସନ ତଥା ସରକାର ନିରବଦ୍ରଷ୍ଟା ସାଜିବା ଏବଂ ଏପର୍ଯ୍ୟନ୍ତ କାହା ଉପରେ ବି କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ରାଜ୍ୟରେ ଅ ରାଜକତା ଓ ଗୁଣ୍ଡାରାଜକୁ ପ୍ରଶୟ ଦେଇ ବିଜେପି ସରକାର କଣ ଦର୍ଶାଇବାକୁ ଚାହୁଁଛନ୍ତି । … Read more

ବୈଜୟନ୍ତ ପଣ୍ଡାଙ୍କୁ ଆସାମର ନିର୍ବାଚନୀ ପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ଆଗାମୀ ଆସାମ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜ ଦଳର ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ବଡ଼ ଦାୟିତ୍ୱ ଦେଇଛି। ଆସନ୍ତାବର୍ଷ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ ବରିଷ୍ଠ ସାଂସଦ ତଥା ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନୀ ପ୍ରଭାରୀ ଭାବେ ନିଯୁକ୍ତ କରିଛି। ସେହିପରି ଜମ୍ମୁ-କଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ସୁନୀଲ କୁମାର ଶର୍ମା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦର୍ଶନ ବେନ ଜର୍ଦୋଶ ସହ ପ୍ରଭାରୀ ଭାବେ ନିଯୁକ୍ତି … Read more

ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

ଭୁବନେଶ୍ୱର: ଆଗକୁ ଓଡିଶା ଲୋକ ଙ୍କୁ ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବାକୁ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍‍ଡିଙ୍ଗ୍ ରେ କାର୍ଯ୍ୟକ୍ଷମ ହେବ। ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇଦେବେ। ଆନ୍ତର୍ଜାତିକ ଭିସା ପାଇବା … Read more

ଲେଫ୍ଟନାଣ୍ଟ ହର୍ଷିତ ଦେଓ ହେଲେ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି

ଭୁବନେଶ୍ୱର: ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ ଏଡିସି ଭାବେ ଲେଫ୍ଟନାଣ୍ଟ ହର୍ଷିତ ଦେଓ ନିଯୁକ୍ତ ହୋଇଛନ୍ତି । ଆଇଏନଏସ୍ ଆଦିତ୍ୟରେ ଡବ୍ଲୁକେଓ (ଓ୍ବାଚ୍ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି। ଲେଫ୍ଟନାଣ୍ଟ ଦେଓ ପ୍ରତିଷ୍ଠିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ)ର ପ୍ରାକ୍ତନ ଛାତ୍ର ଏବଂ ଆପ୍ଲାଇଡ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି । … Read more

ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳରୁ ବହିଷ୍କୃତ

ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ମହମ୍ମଦ ମୋକିମ୍। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକୁ AICCର ଅନୁମୋଦନ। ଏନେଇ ଏକ୍ସରେ କଂଗ୍ରେସ ପ୍ରଦେଶ କମିଟି ପକ୍ଷରୁ ସୂଚନା ମିଳିଛି । ରବିବାର କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ କହିଥିଲେ ପିସିସି ସଭାପତି । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ସେମାନଙ୍କ … Read more